ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଫେରାର ଥିବା ରସିକିଆ ଟୋକା ଗିରଫ
ଭଦ୍ରକ, ୧୨ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ଥାନା ଅଂଚଳରେ ଗୋଟିଏ ଗ୍ରାମର ଯୁବତୀ ଙ୍କ ଅସିଳ ଭିଡିଓ ଭାଇରାଲ କରି ୨ ଯୁବକ ଆନ୍ଦ୍ରପ୍ରଦେଶ ବିଶାଖାପାଟଣା ରୁ ଗିରଫ ହୋଇଛନ୍ତି। ପ୍ରକାଶ ଯେନା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ପ୍ରୀତିପୁର ସାହିନପଡ଼ା ଗ୍ରାମର ହୋଇଥିବା ବେଳେ ତାଙ୍କ ସ
RASIKIA TOKA GIRAF


ଭଦ୍ରକ, ୧୨ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ଥାନା ଅଂଚଳରେ ଗୋଟିଏ ଗ୍ରାମର ଯୁବତୀ ଙ୍କ ଅସିଳ ଭିଡିଓ ଭାଇରାଲ କରି ୨ ଯୁବକ ଆନ୍ଦ୍ରପ୍ରଦେଶ ବିଶାଖାପାଟଣା ରୁ ଗିରଫ ହୋଇଛନ୍ତି। ପ୍ରକାଶ ଯେନା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ପ୍ରୀତିପୁର ସାହିନପଡ଼ା ଗ୍ରାମର ହୋଇଥିବା ବେଳେ ତାଙ୍କ ସହଯୋଗୀ ଗୌରାଙ୍ଗ ଯେନା ମଙ୍ଗଳପୁର ଥାନା ଅନ୍ତର୍ଗତ ନନ୍ଦିପୁର ଗ୍ରାମ ଷଡ଼ଙ୍ଗୀ ସାହିର ବୋଲି ଜଣାଯାଇଛି। ସେମାନଙ୍କୁ ପୋଲିସ ଗିରଫ କରିଛି। ସେମାନେ ଆନ୍ଧ୍ରପ୍ରଦେସ ବିଶାଖାପାଟଣାର ଏକ ଅଟା କମ୍ପାନୀରେ କାମ କରୁଥିଲେ। ଗୌରାଙ୍ଗ ଯେନା ଭିଡ଼ିଓ ତିଆରି କରୁଥିଲା। ପ୍ରକାଶ ଯେନା ତାହାକୁ ଭାଇରାଲ କରୁଥିଲା। ସୂଚନା ଥାଉକି ପ୍ରକାଶ ଯେନା ଧାମନଗର ଖଡ଼ିପଦା ପଂଚାୟତର ଅଭିଯୋକାରୀ ଙ୍କ ଝିଅର ଭାଇଙ୍କ ସହିତ ଅନଲାଇନ ଗେମ ଖେଳୁଥିଲେ। ସେଇ ଗେମ ମାଧ୍ୟମରେ ପ୍ରକାଶ ଓ ଗୌରାଙ୍ଗ ଙ୍କ ସହିତ ପରିଚୟ ହୋଇଥିଲା ଓ ଏହା ମାଧ୍ୟମରେ ଘରକୁ ଯିବା ଆସିବା ହୋଇ ଯୁବତୀ ସହିତ ଦେଖା ହୋଇଥିଲା। ପରେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। କିନ୍ତୁ ଯୁବତୀ ତାହାକୁ ମନା କରିଦେବାରୁ ସେ ରାଗିଯାଇ ଯୁବତୀଙ୍କର ଅସିଳ ଫଟୋ ଓ ଭିଡିଓ ତିଆରି କରି ଫେସବୁକ୍‌, ଇଂନଷ୍ଟାଗ୍ରାମ ଓ ୱାଟସପ ରେ ଭାଇରାଲ କରୁଥିଲା। ଏହି ଘଟଣାକୁ ନେଇ ଯୁବତୀଙ୍କ ବାପା ଗତ ମାସ ୨୫ ତାରିଖରେ। ଧାମନଗର ଥାନାରେ ଅଭିଯୋଗ କରିଥିଲେ। ଏହି ଦୁଇ ଯୁବକ ଖାଲି ସେହି ଜଣଙ୍କର ନୁହଁ ଖଡିପଦା ପଂଚାୟତର ୨୦ ରୁ ଅଧିକ ଝିଅଙ୍କ ଫଟୋକୁ ଫେସବୁକ ରୁ ନେଇ ଏ ଆଇ ଟୁଲ ଦ୍ୱାରା ଅସିଳ ରୂପ ଦେଇ ଭିଡିଓ ଭାଇରାଲ କରୁଥିଲା। ଏମାନେ ଏହି କାର୍ଯ୍ୟ ପାଇଁ ଏକାଧିକ ନକଲି ଫେସବୁକ ଆଇଡ ବ୍ୟବହାର କରୁଥିଲେ। ଗ୍ରାମର ବିଭିନ୍ନ ଲୋକଙ୍କ ୱାଟସପ ରେ ପଠାଉଥିଲେ। ବଦନାମ ହୋଇଯିବା ଭୟରେ ଗ୍ରାମର ଯୁବତୀ ମାନେ ଘରୁ ବାହାରକୁ ବହାରି ପାରୁନଥିଲେ। ଏହି ଘଟଣା କୁ ଧାମନଗର ଥାନା ଅଧିକାରୀ ରଞ୍ଜନ ସେଠୀ ତଦନ୍ତ କରିଥିଲେ। ଏବଂ ଅଭିଯୁକ୍ତ ଙ୍କୁ ଗିରଫ ପାଇଁ ଏକ ଟିମି ଗଠନ କରା ଯାଇଥିଲା। ଏ ଏସ ଆଇ ନରେନ୍ଦ୍ର ରାଉତ ଗତ ୧୦ ତାରିଖ ବିଶାଖାପାଟଣା ଯାଇ ଉଭୟଙ୍କୁ ଗିରଫ କରି ରବିବାର ଧାମନଗର ଥାନାକୁ ଆଣି ଘଟଣା ର ତଦନ୍ତ କରୁଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande