ଭୁବନେଶ୍ୱର, ୧୨ ଅକ୍ଟୋବର (ହି.ସ.) -ଅରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଶତାବ୍ଦୀ ବର୍ଷ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ସଂଘର ଭୁବନେଶ୍ୱର ମହାନଗର ତରଫରୁ ଶତାବ୍ଦୀ ବର୍ଷ ସ୍ୱାଗତ ସ ଂଚଳନ,ଅକ୍ଟୋବର ୧୨ ତାରିଖ, ରବିବାର,ଅପରାହ୍ନ ୪.୩୦ ସମୟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପଥ ସ ଂଚଳନ ଏକା ସଙ୍ଗରେ ୪ଟି ସ୍ଥାନ ଯଥା ସହିଦ ନଗର ଦୁର୍ଗା ମଣ୍ଡପ, ଖାରବେଳ ନଗର, ୟୁନିଟ-୩ ନୂଆ ସରସ୍ୱତୀ ଶିଶୁ ମନ୍ଦିର ଓ ୟୁନିଟ-୩,ପୁରୁଣା ସରସ୍ୱତୀ ଶିଶୁ ମନ୍ଦିର ନିକଟରୁ ବାହାରିଥିଲା । ଘୋଷବାଦ୍ୟର ତାଳେତାଳେ ପାଦକୁ ପାଦ ମିଶାଇ ସ୍ୱୟଂସେବକମାନେ ବୀର ଦର୍ପରେ ଆଗେଇ ଚାଲିଥିଲେ।
ପ୍୍ରଥମ ସ ଂଚଳନ ଶହୀଦ ନଗର ଦୁର୍ଗା ମଣ୍ଡପ ନିକଟରୁ ବାହାରି ସତ୍ୟନଗର ଛକ ହୋଇ ରାମ ମନ୍ଦିର ଛକ ନିକଟରେ ପହ ଂôଚଥଲା । ଦ୍ୱିତୀୟ ସ ଂଚଳନ ଖଦି ବୋର୍ଡ ସାମ୍ନାରୁ ବାହାରି ଶ୍ରିୟା ଟକିଜ୍ ଛକ,ପ୍ରେସ କଲୋନୀ ସ୍କୁଲ, ଦୃଷ୍ଟିହୀନ ଅଫିସ,ସତ୍ୟନଗର ଛକ ହୋଇ ରାମ ମନ୍ଦିର ଛକ ନିକଟରେ ପହ ଂôଚଥିଲା । ତୃତୀୟ ସ ଂଚଳନ ୟୁନିଟ୍ ୩ ନୂଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନିକଟରୁ ବାହାରି କେଶରୀ ଟକିଜ୍ ପଛ ରୋଡ଼,ପ୍ରଦର୍ଶନୀ ପଡ଼ିଆ ରାସ୍ତା ଦେଇ ରାମ ମନ୍ଦିର ଛକ ନିକଟରେ ପହ ଂôଚଥିଲା । ସେହିପରି ଚତୁର୍ଥ ସ ଂଚଳନଟି ୟୁନିଟ୍ ୩ ପୁରୁଣା ସରସ୍ୱତୀ ଶିଶୁମନ୍ଦିର ନିକଟରୁ ବାହାରି ଶ୍ରିୟା ଟକିଜ୍ ଛକ ହୋଇ ରାମ ମନ୍ଦିର ଛକରେ ପହ ଂôଚ ଥିଲା । ୪ ଟି ଯାକ ସ ଂଚଳନ ନିଜ ନିଜ ସ୍ଥାନରୁ ୩ ପ୍ରତତି ରେ ବାହାରି ଏକା ସମୟରେ ରାମ ମନ୍ଦିର ଛକରେ ମିଶିବା ପରେ ସେଠାରୁ ୯ ଟି ପ୍ରତତିରେ ମାଷ୍ଟର କ୍ୟାଂଚିନ୍ ଦେଇ ଲୋୟର ପିଏମଜି ଛକରେ ପହ ଂôଚ ଥିଲେ । ସେଠାରେ ପଥ ସ ଂଚଳନ ସମାପ୍ତ ହୋଇଥିଲା ।
ଯେତେବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କୌଣସି ପଥ ସ ଂଚଳନ ଅନୁଷ୍ଠିତ ହୁଏ ସେତେବେଳେ ଘୋଷବାଦ୍ୟ ଏହାର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ। ଏବେ ସଂଘ କାର୍ଯ୍ୟର ଶତବାର୍ଷିକୀ ବର୍ଷ। ଏହି ୧୦୦ ବର୍ଷ ମଧ୍ୟରେ ସଂଘ ଯେପରି ଧୀରେ ଧୀରେ ବିକଶିତ ହୋଇଛି, ସେହିପରି ଏହାର ଘୋଷ ମଧ୍ୟ ଧୀରେ ଧୀରେ ବିକଶିତ ହୋଇଛି। ଯେତେବେଳେ ସଂଘର ପ୍ରଥମ ପଥ ସ ଂଚଳନ ଡିସେମ୍ବର ୧୯୨୬ ରେ ହୋଇଥିଲା, ସେତେବେଳେ ଘୋଷରେ କେବଳ ଗୋଟିଏ ଶଙ୍ଖ ଏବଂ ଗୋଟିଏ ଆନକ ଥିଲା। ବିଗତ ଶହ ବର୍ଷ ଭିତରେ ଘୋଷର ମଧ୍ୟ ବିକଶିତ ହୋଇଛି । ସଂଘରେ ଘୋଷ କେବଳ ଏକ ବାଦ୍ୟଯନ୍ତ୍ର କିମ୍ବା ମନୋରଞ୍ଜନ ନୁହେଁ; ଏହା ଏକ ଆଧ୍ୟାତ୍ମିକ ଅଭ୍ୟାସ ଯାହା ମଣିଷକୁ ଅନୁଶାସନ, ସମନ୍ୱୟ ଏବଂ ରାଷ୍ଟ୍ରହିତ ସହିତ ଯୋଡ଼ିଥାଏ। ପଥ ସ ଂଚଳନରେ ଯେତେବେଳେ ସମସ୍ତେ ଏକାଠି ଚାଲନ୍ତି, କେବଳ ସେମାନଙ୍କର ପାଦ ନୁହେଁ ବରଂ ସେମାନଙ୍କ ମନ ମଧ୍ୟ ଏକ ହୋଇଯାଏ। ଏହା ହେଉଛି ଘୋଷ ସାଧନାର ଉଦ୍ଦେଶ୍ୟ - ଦେଶକୁ ଗୋଟିଏ ଦିଗରେ, ଗୋଟିଏ ମନରେ ଆଗକୁ ନେଇଥାଏ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି, ସହପ୍ରାନ୍ତ ପ୍ରଚାରକ ଅସିତ କୁମାର ସାହୁ, ମହାନଗର ସଂଘଚାଳକ ଶ୍ରୀନିବାସ ମାନସିଂହ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହାନଗର କର୍ଯ୍ୟବାହ କ୍ଷିରୋଦ ବିହାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର କ୍ଷେତ୍ରୀୟ ଓ ପ୍ରାନ୍ତୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ