ଭଦ୍ରକ, ୧୨ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା କେନ୍ଦୁଆପଦା ସବୁଜ ୟୁଥ୍ କ୍ଲବ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ମୋଟ୍ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ନାଆମି ମହାବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ କୁମାର ସ୍ୱାଇଁ ଏହାକୁ ଉଦ୍ଘାଟନ କରିଥିଲେ । ଷେଣ୍ଢତିରା ପ୍ରଧାନଶିକ୍ଷକ ଅନନ୍ତ ଚରଣ ନାୟକ, ଶିକ୍ଷାବିତ୍ କୃପାସିନ୍ଧୁ ସେଠୀ, କ୍ଲବ୍ ସଭାପତି ଅକ୍ଷୟ କୁମାର ଦାସ, ସମ୍ପାଦକ ଅଶୋକ କୁମାର ରାଉତ୍ ପ୍ରମୁଖ ଉପସ୍ଥିତ ରହି ଶିବିର ଆୟୋଜନ ଉପରେ ମତ ରଖିଥିଲେ । ଭଦ୍ରକ ରକ୍ତ ଭଣ୍ଡାରର ତରଣିସେନ ଜେନା, ଦେବେନ୍ଦ୍ର ବିଶ୍ୱାଳ, ମାନସ ପଣ୍ଡା, କାଉଁସିଲର ଜାଜ୍ଞସେନୀ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ