ସମ୍ବଲପୁର, ୧୨ ଅକ୍ଟୋବର (ହି.ସ.)- ସମ୍ବଲପୁର ଜିଲ୍ଲାରେ ଆଜି ଠାରୁ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେଲା। ଏହାର ଉଦ୍ଦେଶ୍ୟ ୫ ବର୍ଷ ପର୍ଯ୍ୟନ୍ତ ଥିବା ପ୍ରତ୍ୟେକ ଶିଶୁଙ୍କୁ ପଲ୍ସ ପୋଲିଓ ଟିକା ଦେଇ ସେମାନଙ୍କୁ ସୁରକ୍ଷିତ କରିବା। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ପଣ୍ଡା ଚିକିତ୍ସାଳୟ ପରିସରରେ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଏହି ସମାରୋହରେ ଡା. ପ୍ରମୋଦ ବିଶ୍ୱାଳ, ଡା. ଅବନୀନ୍ଦ୍ର ସାହୁ (ସରଭିଲାନ୍ସ ମେଡିକାଲ ଅଫିସର, ମୃତ୍ୟୁଞ୍ଜୟ ମୁଣ୍ଡ, ଭବାନୀ ଶଙ୍କର ସାହୁ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସଞ୍ଜୁକ୍ତା କୁଲ୍ଲୁ ଉପସ୍ଥିତ ଥିଲେ। ଜିଲ୍ଲାରେ ମୋଟ ୮୮୨ଟି ପଲ୍ସ ପୋଲିଓ ବୁଥ୍ ସ୍ଥାପିତ କରାଯାଇଥିଲା। ୪୧ଟି ଟ୍ରାନଜିଟ ଟିମ୍, ୨୧ ମୋବାଇଲ୍ ଟିମ୍, ୯୧ ସୁପରଭାଇଜର ସହିତ ମୋଟ ୧୯୭୯ ଜଣ କର୍ମଚାରୀ ଏହି ଅଭିଯାନରେ ଅଂଶଗ୍ରହଣ କରିଛନ୍ତି। ସୂଚନା ଅନଯାୟୀ ଯେଉଁ ଶିଶୁମାନେ ଆଜି ଟିକା ନେଇ ନାହାନ୍ତି, ସେମାନଙ୍କୁ ୧୩ ଓ ୧୪ ଅକ୍ଟୋବର ୨୦୨୫ ରେ ଘରେ ଘରେ ଯାଇ ଚିକିତ୍ସା ଦଳ ଦ୍ୱାରା ପୋଲିଓ ଡ୍ରପ୍ସ ଦିଆଯିବ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ