କେନ୍ଦ୍ରାପଡ଼ା, ୧୨ ଅକ୍ଟୋବର(ହି.ସ.) – ଗରାପୁର ଶିବାନନ୍ଦ ଆଶ୍ରମ ପକ୍ଷରୁ କାକଟସ୍ଥିତ କାଳୀୟଦଳନ ମେଢ ନିକଟରେ ଏକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ କୈାଣସି ମେଢ ନିକଟରେ ଅଶ୍ଳୀଳ ନାଚଗୀତ କରାନଯାଇ ଭଜନ ଓ କୀର୍ତନ ପରିବେଷଣ କରାଯିବାକୁ ସମସ୍ତ ପୂଜା କମିଟିର କର୍ମକର୍ତାମାନଙ୍କୁ ନିବେଦନ କରିଥିଲେ। ଏଥିସହିତ ମେଢଗୁଡିକ ନିକଟରେ ଗୀତାପାଠ ଓ ଲକ୍ଷ୍ମୀପୁରାଣ ପାଠ କରାଯିବାକୁ ଶ୍ରୀ’ମା ପରାମର୍ଶ ଦେଇ କହିଥିଲେ ଯେ ଏହାଦ୍ୱାରା ପରିବେଶ ଓ ବାତାବରଣରେ ସୁଧାର ଆସିପାରିବ। ଏହାବ୍ୟତିତ ଏକ ମହିଳା ସତସଙ୍ଗ ମଣ୍ଡଳୀ ଗଠନ କରି ପ୍ରତ୍ୟେକ ପୂଜା ମଣ୍ଡପ ନିକଟରେ ସତସଙ୍ଗ କାର୍ଯ୍ୟକ୍ରମ କରାଗଲେ ପରିବେଶ ଓ ମନରେ ଶାନ୍ତି ଆସିବା ସହ ସତ୍ଚିନ୍ତା ଓ ସଦ୍ଭାବନାର ଉତ୍ସ ଉଦଯିବିତ ହୋଇପାରିବ ବୋଲି ଶ୍ରୀ’ମା କହିଥିଲେ। କେନ୍ଦ୍ରାପଡାରେ ପ୍ରଥମେ ଏଭଳି କାର୍ଯ୍ୟ ଆରମ୍ଭ ହେଲେ ତାହା ସାରା ଓଡିଶାକୁ ଦିଗଦର୍ଶନ ଦେଇପାରିବ ବୋଲି ଶ୍ରୀ’ମା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଧର ରାଉତ, କାଳୀୟଦଳନ ପୂଜା କମିଟିର କର୍ମକର୍ତା, ନଙ୍ଗୁଳି ଦାସ, କ୍ଷୀରୋଦ ନାଥ, ନୃସିଂହ ଦାସ ଓ ଆଳିଜଙ୍ଗା ମାତୃମଣ୍ଡଳୀର ସଦସ୍ୟାମାନେ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି