ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୪୧ ତମା ପ୍ରତିଷ୍ଠା ଦିବସ ମାଣିକ ଜୟନ୍ତୀ ଉଦଯାପନୀ ସମାରୋହ
ବଲାଙ୍ଗିର, ୧୨ ଅକ୍ଟୋବର (ହି.ସ.)- ବଲାଙ୍ଗିର ପି ପି ଏକାଡେମୀ ଠାରେ ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୪୧ତମ ପ୍ରତିଷ୍ଠା ଦିବସ ମାଣିକ ଜୟନ୍ତୀ ଉଦଯାପନୀ ସମାରୋହ ଆଜି ମଧ୍ୟାହ୍ନରେ ପାଳିତ ହୋଇଯାଇଛି l ଏଥିରେ ମୂଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ଡିଜିଟାଲ ଯୁଗରେ ଆଜିର ଶ
ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୪୧ ତମା ପ୍ରତିଷ୍ଠା ଦିବସ ମାଣିକ ଜୟନ୍ତୀ  ଉଦଯାପନୀ ସମାରୋହ


ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୪୧ ତମା ପ୍ରତିଷ୍ଠା ଦିବସ ମାଣିକ ଜୟନ୍ତୀ  ଉଦଯାପନୀ ସମାରୋହ


ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୪୧ ତମା ପ୍ରତିଷ୍ଠା ଦିବସ ମାଣିକ ଜୟନ୍ତୀ  ଉଦଯାପନୀ ସମାରୋହ


ବଲାଙ୍ଗିର, ୧୨ ଅକ୍ଟୋବର (ହି.ସ.)- ବଲାଙ୍ଗିର ପି ପି ଏକାଡେମୀ ଠାରେ ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୪୧ତମ ପ୍ରତିଷ୍ଠା ଦିବସ ମାଣିକ ଜୟନ୍ତୀ ଉଦଯାପନୀ ସମାରୋହ ଆଜି ମଧ୍ୟାହ୍ନରେ ପାଳିତ ହୋଇଯାଇଛି l ଏଥିରେ ମୂଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ଡିଜିଟାଲ ଯୁଗରେ ଆଜିର ଶିଶୁକୁ ସ୍ମାର୍ଟ ଦିଗରେ ସଦ୍ ମାର୍ଗରେ ଯିବାକୁ ଆମେ ପରାମର୍ଶ ଦେବା, ଯେମିତି ଶିଶୁ ମାନେ ଭବିଷ୍ୟତରେ ସମାଜ ପ୍ରତି କୃତଘ୍ନ ନହୋଇ କୃତଜ୍ଞ ହେବେ, ଯଶ ଅର୍ଜନ କରିବେ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ଉପଦେଷ୍ଟା ଜଗଦାନନ୍ଦ ଛୁରିଆ, ଡଃ. ଜ୍ୟୋସନା ମୟୀ ମହାପାତ୍ର, ସଂପାଦକ ମଧୁ ସାହୁ, ମୂଖ୍ୟବକ୍ତା ଭାବେ ଡଃ. ସଙ୍ଗୀତା ରଥ ଯୋଗଦେଇ ଆଜିର ଏ ଉତ୍ସବ, ଏ ପ୍ରେରଣା ଶିଶୁଙ୍କୁ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ଗଢି ତୋଳିବ ବୋଲି କହିଥିଲେ l

ମଦନ ମୋହନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକୁ ପ୍ରାଧ୍ୟାପକ ପ୍ରେମ ଚାନ୍ଦ ମହାନ୍ତି ସଂଯୋଜନା କରିଥିଲେ l ସମାଜସେବୀ ତରୁଣ ପରିଛା, ଜଗଦାନନ୍ଦ ଛୁରିଆ, ଯୋଷ୍ଣାମୟୀ ମହାପାତ୍ର ଓ ଅନ୍ତର୍ଜାତୀୟ ନୃତ୍ୟଶିଳ୍ପୀ ପ୍ରିୟଙ୍କା ସାହୁଙ୍କ ସମେତ ଅନେକ ଶିଶୁ ପ୍ରତିଭା, କଳାକାର ଓ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande