ବଲାଙ୍ଗିର, ୧୨ ଅକ୍ଟୋବର (ହି.ସ.)- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଭଇଁସା ଗୋଷ୍ଠୀ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଏକ ପରିତ୍ୟକ୍ତ କୋଠାରୁ ତିନୋଟି କଙ୍କାଳ ଜବତ ହୋଇଛି ।
ଆଜି ସକାଳେ ପାଟଣାଗଡ଼ ପୋଲିସକୁ ଏ ସମ୍ପର୍କରେ ଖବର ମିଳିଥିଲା । ପୋଲିସ ଟିମ୍ ସାଇଂଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଏହି ୩ଟି କଙ୍କାଳକୁ ଜବତ କରାଯିବା ପରେ ଏହାକୁ ଅଧିକ ପରୀକ୍ଷା ନିମନ୍ତେ ଏଫ.ଏମ.ଟି.କୁ ପଠାଯାଇଛି । ସାଇଂଟିଫିକ୍ ଟିମ୍ ର କହିବା ମୁତାବକ, ଏହା ନର କଙ୍କାଳ ହୋଇଥାଇନପାରେ, ଏହା କୌଣସି ଯନ୍ତୁର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ