ଦୁର୍ଗାପୁର ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ରାଜ୍ୟ ମହିଳା କମିଶନ
ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)ପଶ୍ଚିମବଙ୍ଗରେ ଓଡ଼ିଆ ଝିଅଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ମୁଁ ପଶ୍ଚିମବଙ୍ଗ ମହିଳା କମିଶନଙ୍କ ସହ କଥା ହେବାକୁ ଚେଷ୍ଟା କରିଛି | ହେଲେ ସେ ବ୍ୟସ୍ତ ଥିବା କଥାକହି କୌଣସି ରେସ୍ପଣ୍ଡ କରିନାହାନ୍ତି ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ
ଦୁର୍ଗାପୁର ଘଟଣାରେ     ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ରାଜ୍ୟ ମହିଳା କମିଶନ


ଭୁବନେଶ୍ୱର, 12

ଅକ୍ଟୋବର (ହି.ସ.)ପଶ୍ଚିମବଙ୍ଗରେ ଓଡ଼ିଆ ଝିଅଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ମୁଁ ପଶ୍ଚିମବଙ୍ଗ

ମହିଳା କମିଶନଙ୍କ ସହ କଥା ହେବାକୁ ଚେଷ୍ଟା କରିଛି | ହେଲେ ସେ ବ୍ୟସ୍ତ ଥିବା କଥାକହି କୌଣସି ରେସ୍ପଣ୍ଡ କରିନାହାନ୍ତି

ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ।

ସେ କହିଛନ୍ତି ଯେ, ଆଜି

ରାଜ୍ୟ ପୋଲିସ ଡିଜିଙ୍କୁ ଭେଟି ଦୃଢ଼

କାର୍ଯ୍ୟନୁଷ୍ଠାନ ପାଇଁ କହିଛି । ପଶ୍ଚିମ

ବଙ୍ଗ ମହିଳା କମିଶନଙ୍କୁ ମେଲ କରାଯାଇଛି | ପୀଡିତାଙ୍କ ବାପାଙ୍କ ସହ କଥା ହୋଇଛି । ତିନିଜଣ

ଦୁର୍ବୃତ୍ତ ତାଙ୍କୁ ବଳାତ୍କାର କଲେ, ଏହା ବର୍ବର ଘଟଣା । ଏଭଳି

ଘଟଣା ଦୁଃଖଦାୟକ । ଆଜି ବାଲେଶ୍ୱର ଏଡ଼ିଏମଙ୍କ ନେତୃତ୍ୱରେ ଏକ ଟିମ୍ ପଠାଯାଇଛି |

ଘଟଣାର 36 ଘଣ୍ଟା ପରେ ମାତ୍ର 3 ଜଣ ଗିରଫ ହୋଇଛନ୍ତି। ଆଉ

2

ଜଣ ଏବେବି ଫେରାର ଅଛନ୍ତି ଯ ପଶ୍ଚିମ

ବଙ୍ଗ ସରକାରର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା | ରାଜ୍ୟ ମହିଳା କମିଶନର ଏକ ସ୍ୱତନ୍ତ୍ର ଟିମ ପଶ୍ଚିମ ବଙ୍ଗ ଯିବ ବୋଲି ସେ

ସୂଚନା ଦେଇଛନ୍ତି ।

--------------

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande