ଶାନ୍ତି କମିଟି ବୈଠକ ଭଣ୍ଡୁର, ମେଲଣ ସୁପରିଚାଳନାକୁ ନେଇ ସନ୍ଦେହ
କେନ୍ଦ୍ରାପଡ଼ା, ୧୨ ଅକ୍ଟୋବର(ହି.ସ.) – ଗଣପର୍ବ ଗଜଲକ୍ଷ୍ମୀ ପୂଜାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମେଲଣ ଓ ଭସାଣୀ ଉତ୍ସବ ପରିଚାଳନା କରିବା କୁ ନେଇ ଆଜି ବସିଥିବା ଶାନ୍ତି କମିଟି ବୈଠକ ଭଣ୍ଡୁର ହୋଇଥିବା ଜଣାପଡିଛି । ଜନୈକ ପଦସ୍ଥ ଅଧିକାରୀଙ୍କ ଅଶାଳୀନ ବ୍ୟବହାର ଯୋଗୁଁ ବୈଠକ ଅଧାରୁ ହୋହାଲ୍ଲା, ପାଟିତୁଣ୍
ଶାନ୍ତି କମିଟି ବୈଠକ ଭଣ୍ଡୁର, ମେଲଣ ସୁପରିଚାଳନାକୁ ନେଇ ସନ୍ଦେହ


କେନ୍ଦ୍ରାପଡ଼ା, ୧୨ ଅକ୍ଟୋବର(ହି.ସ.) – ଗଣପର୍ବ ଗଜଲକ୍ଷ୍ମୀ ପୂଜାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମେଲଣ ଓ ଭସାଣୀ ଉତ୍ସବ ପରିଚାଳନା କରିବା କୁ ନେଇ ଆଜି ବସିଥିବା ଶାନ୍ତି କମିଟି ବୈଠକ ଭଣ୍ଡୁର ହୋଇଥିବା ଜଣାପଡିଛି । ଜନୈକ ପଦସ୍ଥ ଅଧିକାରୀଙ୍କ ଅଶାଳୀନ ବ୍ୟବହାର ଯୋଗୁଁ ବୈଠକ ଅଧାରୁ ହୋହାଲ୍ଲା, ପାଟିତୁଣ୍ଡ ଘଟିବା ସହ ଉପସ୍ଥିତ ଥିବା ସଦସ୍ୟମାନେ ସଭାସ୍ଥଳ ଛାଡି ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା । ଗଣପର୍ବ ଗଜଲକ୍ଷ୍ମୀ ପୂଜାର ଆଜି ବିସର୍ଜନ ପୂଜା ଅନୁଷ୍ଠିତ ହେବା ସହ ଆସନ୍ତା ୨ ଦିନ ଧରି ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରାକ୍ ପ୍ରସ୍ତୁତି କରାଯାଇ ଭସାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପରଚାଳନା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ଆଜି ଶାନ୍ତି କମିଟିର ଅନ୍ତିମ ପର୍ଯ୍ୟାୟ ବୈଠକ କେନ୍ଦ୍ରାପଡା ପୈାରସଂସ୍ଥା ଟଉନ ହଲ୍ ଠାରେ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ରଘୁରାମ ଆର ଆୟାର ଅଧ୍ୟକ୍ଷତା କରିଥିବା ବେଳେ ଏସପି ସିଦ୍ଧାର୍ଥ କଟାରିଆଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ ପ୍ରଶାସନିକ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜନୈକ ପଦସ୍ଥ ଅଧିକାରୀ ମୁଦ୍ରିତ ଗଣ ମାଧ୍ୟମର ଜଣେ ଜିଲ୍ଲାସ୍ତରୀୟ ପ୍ରତିନିଧିଙ୍କୁ ଅଶାଳୀନ ବ୍ୟବହାର ଦେଖାଇବାକୁ ନେଇ ବୈଠକରେ ତୀବ୍ର ପ୍ରତିବାଦ ଉଠିଥିଲା । ଫଳରେ ବୈଠକରେ ଉପସ୍ଥିତ ଥିବା ପୂଜା କମିଟିର ସଦସ୍ୟ ଓ ଶାନ୍ତି କମିଟିର ସଦସ୍ୟ ମାନେ ଘୋର ଆପତି ଉଠାଇବା ସହ ପାଟିତୁଣ୍ଡ ହୋହାଲ୍ଲା କରି ସଭାସ୍ଥଳ ଛାଡି ପଳାଇ ଯାଇଥିଲେ । ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବୈଠକ ଅଧାରୁ ଭଣ୍ଡୁର ହୋଇ କୈାଣସି ନିଷ୍ପତି ନିଆଯାଇ ପାରିନାହିଁ । ଆସନ୍ତା ୨ ଦିନ ଧରି ହେବାକୁ ଥିବା ଭସାଣୀ ଉତ୍ସବ ଉପରେ ଏହାର କି ପ୍ରକାର ପ୍ରଭାବ ପଡୁଛି ଏହାକୁ ନେଇ ସର୍ବତ୍ର ଆଲୋଚନା ଦେଖାଦେଇଛି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande