ଧର୍ମଶାଳା ପ୍ରିମିୟର ଲିଗ ଉଦଯାପିତ, ଚୋରମୁହାଁ ୟୁଥ କ୍ଲବ ଚମ୍ପିଆନ
ଧର୍ମଶାଳା,୧୨ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚୋରମୁହାଁ ଗ୍ରାମର ମଜାର ପଡିଆରେ ଚାଲିଥିବା ଧର୍ମଶାଳା ପ୍ରିମିୟର ଲିଗ ଆଜି ଉଦଯାପିତ ହୋଇଯାଇଛି । ଧର୍ମଶାଳା ଇଲେଭେନ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ଆଜି ଫାଇନାଲ
ଧର୍ମଶାଳା ପ୍ରିମିୟର ଲିଗ ଉଦଯାପିତ, ଚୋରମୁହାଁ ୟୁଥ କ୍ଲବ ଚମ୍ପିଆନ


ଧର୍ମଶାଳା,୧୨ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚୋରମୁହାଁ ଗ୍ରାମର ମଜାର ପଡିଆରେ ଚାଲିଥିବା ଧର୍ମଶାଳା ପ୍ରିମିୟର ଲିଗ ଆଜି ଉଦଯାପିତ ହୋଇଯାଇଛି । ଧର୍ମଶାଳା ଇଲେଭେନ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ଆଜି ଫାଇନାଲ ମ୍ୟାଚରେ କେସିସି ସୁଙ୍ଗୁଡା ଓ ଚୋରମୁହାଁ ୟୁଥ କ୍ଲବ ପରସ୍ପରକୁ ଭେଟିଥିଲେ । ଚୋରମୁହାଁ ୟୁଥ କ୍ଲବ ଟସ ଜିତି ଫିଲଡିଂଗ କରିବାକୁ ନିଷ୍ପତି ନେଇଥିଲା । କେସିସି ସୁଙ୍ଗୁଡା ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ବିକୁ ସର୍ବାଧିକ ୫୬ ରନ ସଂଗ୍ରହ କରିଥିଲେ । ବୋଲିଂରେ ବିପକ୍ଷ ଚୋରମୁହାଁ ଟିମର ବିଜୟ ଦାସ ୩ଟି କୁବେଲ ୨ ଟି ଉଇକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ଚୋରମୁହାଁ ୟୁଥ କ୍ଲବ ବ୍ୟାଟିଂ କରି ୧୧ ଓଭରରେ ୫ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ବିପିନ ନାୟକ ସର୍ବାଧିକ ୪୪ ରନ ଓ ଶେଖର ଦାସ ୩୬ ରନ ସଂଗ୍ରହ କରିଥିଲେ । ଆଜିର ମ୍ୟାଚକୁ ଦୀପକ ମହାନ୍ତି ଓ ପ୍ରଦୀପ ଜେନା ପରିଚାଳନା କରିଥିଲେ । ଧର୍ମଶାଳା ଇଲେଭେନ କ୍ଲବର ସଭାପତି ପଙ୍କଜ ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚୋରମୁହାଁ ୟୁଥ କ୍ଲବକୁ ଚମ୍ପିଆନ ଓ କେସିସି ସୁଙ୍ଗୁଡା ଟିମକୁ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ । ଏହି ତ୍ପୁରସ୍କାର ବିତରଣୀ ଉତ୍ସବରେ ଚୋରମୁହାଁ ପଂଚାୟତ ସମିତିସଭ୍ୟ ପ୍ରିୟବ୍ରତ ପ୍ରଧାନ, ଚହଟା ସମିତିସଭ୍ୟା ସସ୍ମିତା ନାୟକ, ଚୋରମୁହାଁ ଗ୍ରାମ କମିଟି ସମ୍ପାଦକ ରବିନ୍ଦ୍ର କୁମାର ମହାନ୍ତି , ସମାଜସେବୀ ମଦନ ମୋହନ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ବିଷ୍ଣୁ ଚରଣ ସ୍ୱାଇଁ, ବସନ୍ତ ମହାନ୍ତି, ସେକ ଅବଦୁଲ୍ଲା, ସୂର୍ଯ୍ୟକାନ୍ତ ରାଉତ, ସୁମନ ଦାସ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande