ଧର୍ମଶାଳା,୧୨ଅକ୍ଟୋବର(ହି.ସ.) - ଓଡିଶା କୃଷକ ବିକାଶ ପରିଷଦ ର ଶାରଦୀୟ ବନ୍ଧୁ ମିଳନ ଓ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ବାରବାଟୀ ସ୍ଥିତ ଶ୍ରୀରାମ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ର ରାଜ୍ୟ ସଭାପତି ଦେବବ୍ରତ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ଦଶଟି ବ୍ଲକ ଓ ଦୁଇଟି ପୌର ପରିଷଦ ର ଶତାଧିକ ସଭ୍ୟ ସଭ୍ୟା ଏବଂ ଜିଲ୍ଲାର ପ୍ରମୁଖ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗଦେଥିଲେ । ପ୍ରଥମେ ଜଗନ୍ନାଥ ଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା ।ଏଥିରେ ରାଜ୍ୟ ଉପଦେଷ୍ଠା କମିଟି ଅଧକ୍ଷ ପବିତ୍ର ମୋହନ ଦାଶ ମୁଖ୍ୟ ଅତିଥି , ସମାଜସେବୀ କାହ୍ନୁ ଚରଣ ଦାଶ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ସଂଗଠନ ସମ୍ବଦ୍ଧିୟ ବହୁ ଉପାଦେୟ ମତ ରଖିଥିଲେ । ଆଜିର ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ବହୁ ସାମ୍ବାଦିକ ଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ମିଡ଼ିଆ ସେଲ ଅଧକ୍ଷ ଶୁଭକାନ୍ତ ନାୟକ ଙ୍କ ଅଧକ୍ଷତା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ସଭାପତି ଅମର ବଲ୍ଳଭ ସାହୁ, ରାଜ୍ୟ ସଭାପତି ୍େୱବବବ୍ରତ ଦାଶ, ଉପସଭାପତି ବିଜୟ କୁମାର ଦେବତା, ଜିଲ୍ଲା ସଭାପତି ପ୍ରସନ୍ନ ବରାଳ ପ୍ରମୁଖ ଅନୁଷ୍ଠାନର ଲକ୍ଷ ଓ ଆଭିମୁଖ୍ୟ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ସହ ଗଣମାଧ୍ୟମର ସହଯୋଗ ଲୋଡ଼ିଥିଲେ । ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ମହିଳା ମୋର୍ଚ୍ଚା ର ଯୋଗଦାନ ବେଶ ପ୍ରଭାବି ଥିଲା । ବିଶେଷ କରି ସୁକିନ୍ଦା, ଦାନଗଦି, ବିଂଝାରପୁର, ବରି ଓ ରସୁଲପୁର ବ୍ଲକରୁ ଯୋଗଦେଇଥିବା ଭଉଣୀ ମାନଙ୍କ ର ସହଯୋଗ ବେଶ ପ୍ରଶଂସନୀୟ ଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ