ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟୁଛନ୍ତି ଲକ୍ଷ୍ମୀସାହି ବାସିନ୍ଦା
ଧର୍ମଶାଳା,୧୨ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଡ଼ କାଏମା ପଂଚାୟତ ଲକ୍ଷ୍ମୀସାହି ବାସିନ୍ଦା ବର୍ଷା ଦିନେ ଜଳବନ୍ଦୀ ଭବେ ଜୀବନ ବିତାଉଛନ୍ତି । ବର୍ଷା ଦିନରେ ଗାଁ ରାସ୍ତାରେ ପାଣି ଜମି ରହିବା ଫଳରେ ଯାତାୟାତ ରେ ଅନେକ ସମସ୍ୟା ଦେଖାଦେଉଛି । ଏହି ଗାଁ ରେ ୮୦ରୁ ଉର୍ଦ୍ଧ ପରିବାର ବସ ବା
ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟୁଛନ୍ତି  ଲକ୍ଷ୍ମୀସାହି ବାସିନ୍ଦା


ଧର୍ମଶାଳା,୧୨ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଡ଼ କାଏମା ପଂଚାୟତ ଲକ୍ଷ୍ମୀସାହି ବାସିନ୍ଦା ବର୍ଷା ଦିନେ ଜଳବନ୍ଦୀ ଭବେ ଜୀବନ ବିତାଉଛନ୍ତି । ବର୍ଷା ଦିନରେ ଗାଁ ରାସ୍ତାରେ ପାଣି ଜମି ରହିବା ଫଳରେ ଯାତାୟାତ ରେ ଅନେକ ସମସ୍ୟା ଦେଖାଦେଉଛି । ଏହି ଗାଁ ରେ ୮୦ରୁ ଉର୍ଦ୍ଧ ପରିବାର ବସ ବାସ କରୁଥିବା ବେଳେ ଲୋକ ସଂଖ୍ୟା ଦୁଇ ଶହ ରୁ ଉର୍ଦ୍ଧ । ମୁଖ୍ୟତଃ ଏହି ଗାଁ ରେ ୧୫୦ ରୁ ଉର୍ଦ୍ଧ ବର୍ଷ ଧରି ମା ଲକ୍ଷ୍ମୀ ଙ୍କ ପୂଜା ହୋଇ ଆସୁଛି, ସେଥିପାଇଁ ଲକ୍ଷ୍ମୀ ସାହି ନାମରେ ଗାଁ ବେଶ ପରିଚିତ । କିନ୍ତୁ ଗାଁ ରେ ରହିଛି ଅନେକ ସମସ୍ୟା । ଏହି ଗାଁ ମଧ୍ୟକୁ ପ୍ରେବଶ କରିବା ପାଇଁ ଚାରୋଟି ସରକାରୀ ରାସ୍ତା ରହିଛି । ଏହି ଗାଁ ର ଗୋଟିଏ ପାଶ୍ୱ କେଲୁଅ ନଦୀ ବନ୍ଧ କୁ ସ୍ପର୍ଶ କରୁଥିବା ବେଳେ ବନ୍ଧ କଡ଼ ରାସ୍ତା ଗାଁକୁ ସଂଯୋଗ କରାଯାଇଛି । କିନ୍ତୁ ବର୍ଷା ଦିନେ ପାଣି ନିଷ୍କଶିତ ନହୋଇ ରାସ୍ତା ଉପରେ ଜମିରହୁଛି । ଯାହା ଫଳରେ ଯାତାୟାତ କରିବା ସମ୍ଭପର ହେଉ ନାହିଁ । ସେହିପରି ବିପରୀତ ପାଶ୍ୱ କାଏମା ବଜାର ରାସ୍ତା କୁ ସଂଯୋଗ କରୁଛି ଯାହାର ମଧ୍ୟ ଭାଗରେ ରହିଛି ତିନୋଟି ପୋଖରୀ । ଏହି ପୋଖରୀ ର ପାଶ୍ୱର୍ରେ ସରକାରୀ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି । କିନ୍ତୁ ବର୍ଷା ଦିନେ ପୋଖରୀ ପାଣି ବୃଦ୍ଧି ପାଇବା ଯୋଗୁ ରାସ୍ତା ଉପରକୁ ପାଣି ମାଡ଼ି ଆସି ରାସ୍ତାରେ ପାଣି ଜମିରହେ । ତେଣୁ ଗାଁ ମଧ୍ୟକୁ ସଂଯୋଗ କରୁଥିବା ଏହି ଦୁଇ ରାସ୍ତା ଉପରେ ପାଣି ମାଡ଼ିଯିବା ଫଳରେ ଲୋକେ ଯାତାୟାତ କରି ପାରନ୍ତି ନାହିଁ । ଅନ୍ୟ ଏକ ରାସ୍ତା ଉପରେ ସମସ୍ତ ପରିବାର ନିର୍ଭର କରିଥାନ୍ତି । କିନ୍ତୁ ତାହା ମଧ୍ୟ ଏବେ ମରାମତି ଅଭାବରୁ ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି । ତେଣୁ ଗାଁ ଲୋକଙ୍କୁ ବର୍ଷା ଦିନେ ଭୋଗିବାକୁ ପଡେ ନାନା ସମସ୍ୟା । ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଗାଁ ଲୋକେ ଯାତାୟତ ରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସରକାରୀ ସ୍ତରରେ କଂକ୍ରିଟ ରାସ୍ତା କରାଯାଇଛି ସତ କିନ୍ତୁ ରାସ୍ତା ଉଚ୍ଚତା କମ ଥିବାରୁ ବର୍ଷା ଦିନେ ନିକଟରେ ଥିବା ପୋଖରୀ ପାଣି ରାସ୍ତା ଉପରକୁ ମାଡ଼ିଆସେ । ଯାହା ଫଳରେ ରାସ୍ତା ଓ ପୋଖରୀ ପାଣି ସମାନ ହୋଇ ଯାଏ । ତେଣୁ ଏହି ରାସ୍ତା ରେ ଯିବା ସମ୍ଭବ ହୋଇ ନଥାଏ । ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା କାରଣରୁ ରାସ୍ତାରେ ଅଂଠୁଏ ଲେଖାଏଁ ପାଣି ଜମିରହିଛି । ଅନ୍ୟ ପକ୍ଷରେ ଦିନକୁ ଦିନ ଲୋକ ସଂଖ୍ୟା ବଢିବା ସଙ୍ଗେ ସଙ୍ଗେ ନୂତନ ଘର ନିର୍ମାଣ ବଢ଼ିବାରେ ଲାଗିଛି । ଯାହା ଫଳରେ ବିଲ ବାଡି ଭଳି ଫାଙ୍କା ସ୍ଥାନ ଗୁଡ଼ିକ ପୋତା ଯାଉଛି । ପାଣି ଯିବା ପାଇଁ ସଠିକ୍ ବ୍ୟବସ୍ଥା ରହୁନାହିଁ । ଯାହା ପାଇଁ ରାସ୍ତା ଉପରେ ପାଣି ଜମି ରହୁଛି । ଏହି ବିଷୟରେ ଗାଁ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପ୍ରଭାବ ପଡ଼ୁନାହିଁ । ତେଣୁ ଏହି ରାସ୍ତା ଗୁଡ଼ିକର ଉଚ୍ଚତା ବଢ଼ାଇବା ସହ ପୋଖରୀ ପାଶ୍ୱର୍ରେ ୱାଲ୍ ନିର୍ମାଣ କରିବା ପାଇଁ ଗାଁ ଲୋକେ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande