ଏବେ କୌଣସି ବିହାରକୁ ପୁରୁଣା ଲଂଠନ ଯୁଗରେ ନିଆଯାଇ ପାରିବନାହିଁ - ଯୋଗୀ ଆଦିତ୍ୟନାଥ
ପାଟନା, ୧୬ ଅକ୍ଟୋବର(ହି.ସ.) – ଭାଜପା ନେତା ଏବଂ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିହାର ବିଧାନସଭାର ନିର୍ବାଚନୀ ରଣରେ ବାହାରିଛନ୍ତି। ସେ ଗୁରୁବାର ଦିନ ଦ୍ୱିତୀୟ ଜନସଭା ସହରସାରେ କରିଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ବିହାରକୁ ଆଜି ଯେତେବେଳେ ମେଟ୍ରୋ, ରେଳ କନେକ୍ଟିଭିଟି, ହା
ଏବେ କୌଣସି ବିହାରକୁ ପୁରୁଣା ଲଂଠନ ଯୁଗରେ ନିଆଯାଇ ପାରିବନାହିଁ - ଯୋଗୀ ଆଦିତ୍ୟନାଥ


ପାଟନା, ୧୬ ଅକ୍ଟୋବର(ହି.ସ.) – ଭାଜପା ନେତା ଏବଂ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିହାର ବିଧାନସଭାର ନିର୍ବାଚନୀ ରଣରେ ବାହାରିଛନ୍ତି। ସେ ଗୁରୁବାର ଦିନ ଦ୍ୱିତୀୟ ଜନସଭା ସହରସାରେ କରିଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ବିହାରକୁ ଆଜି ଯେତେବେଳେ ମେଟ୍ରୋ, ରେଳ କନେକ୍ଟିଭିଟି, ହାଇୱେ, ଏକ୍ସପ୍ରେସ ୱେ, ଏୟରପୋର୍ଟ, ୱାଟରୱେର ରୂପରେ ପରିଚୟ ମିଳିଛି ତେବେ ଏହି ପରିଚୟକୁ ପୁଣିଥରେ ଧୂମିଲ କରିବା ପାଇଁ ରାଷ୍ଟ୍ରୀୟ ଜନତା ଦଳ(ରାଜଦ)- କଂଗ୍ରେସ ଶିଗୁଫା ଛାଡ଼ିଛି ଯେ ବିକାଶ ନାହିଁ, ବୁର୍କା ଦରକାର। ଏଥିରେ ଏହି ଲୋକ ଫର୍ଜି ମତଦାନ କରାଇ ଗରିବ-ଦଳିତଙ୍କ ହକ୍ ଉପରେ ଡକାୟତି କରୁଛନ୍ତି। ନିର୍ବାଚନରେ ଏହି ବିକାଶର କଥା କରୁନାହାଁନ୍ତି। ସେ କହିଛନ୍ତି ଯେ ବିହାର ଏବେ ପୁରୁଣା ଲଣ୍ଠନ ଯୁଗରେ ନାହିଁ, ନୀତିଶ ଜୀ(ମୁଖ୍ୟମନ୍ତ୍ରୀ ନୀତିଶ କୁମାର) ଏଥିରେ ଏଲଇଡିର ସ୍ୱଚ୍ଛ ଲାଇଟ୍‌ରେ ନେଇ ଆଗକୁ ବଢ଼ିସାରିଛନ୍ତି।

ଯୋଗୀ ଆଦିତ୍ୟନାଥ ଏଠାରେ ନାମାଙ୍କନ ର‌୍ୟାଲିରେ ସହରସା ବିଧାନସଭା କ୍ଷେତ୍ରରୁ ଭାଜପା ପ୍ରାର୍ଥୀ ଆଲୋକ ରଂଜନ ଝା, ସୋନବରସାରେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଂଟ(ରାଜଗ) ପ୍ରାର୍ଥୀ ରନ୍ନେଶ ସାଦା, ମହିଷୀରୁ ଗୁଂଜେଶ୍ୱର ଶାହ ଏବଂ ସିମରୀ ବଖିତୟାରପୁରରୁ ସଂଜୟ ସିଂହ(ଲୋଜପା)ଙ୍କୁ ଜିତାଇବାକୁ ଅପିଲ କରିଛନ୍ତି। ଯୋଗୀ ଦୁଇ ବିରୋଧି ଦଳ ଉପରେ ଲକ୍ଷ ସାଧି କହିଛନ୍ତି ଯେ ଫର୍ଜି ଭୋଟ୍ ଦିଆକରେଇବୁ, କିନ୍ତୁ ଚେହେରା ଦେଖାଇବାନାହିଁ। ତୀର୍ଥଯାତ୍ରାରେ ବିଦେଶ ଯିବା, ଏୟାରପୋର୍ଟିରେ ଚେହେରା ଦେଖାଇବା, ପାସପୋର୍ଟରେ ଫୋଟୋ ମଧ୍ୟ ଦେଖାଇବା, କିନ୍ତୁ ବିହାରରେ ଭୋଟିଂ ପାଇଁ କହିବା ଯେ ବୁର୍ଖାକୁ ଅପମାନିତ କରନାହିଁ, ଚେହେରା ଦେଖାଓ ନାହିଁ, ଫର୍ଜି ଭୋଟ୍ ଦିଆକରାନ୍ତୁ। କଂଗ୍ରେସ ଏବଂ ରାଜଦ ପୁଣିଥରେ ଗରିବଙ୍କ ହକଥ ଉପରେ ଡକାୟତି କରିବାର ଷଡ଼ଯନ୍ତ୍ର କରୁଛୁ। ଏହାର ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦେବା, କାହିଁକି କଂଗ୍ରେସ ଏବଂ ରାଜଦ ବିହାର ଆଗରେ ପରିଚୟର ସଂକଟ ଠିଆ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande