ଲାଂଚ ମାମଲାରେ ଗିରଫ ହୋଇଥିବା ଡିଆଇଜି ଏଚ୍ ଏସ୍ ଭୁଲ୍ଲରଙ୍କୁ ପଠାଗଲା ନ୍ୟାୟିକ ହେପାଜତକୁ
- ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଭିଯୋଗକାରୀଙ୍କୁ ସୁରକ୍ଷା ଯୋଗାଇବ ପଞ୍ଜାବ ସରକାର ଚଣ୍ଡିଗଡ଼, ୧୭ ଅକ୍ଟୋବର (ହି.ସ.)- ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଞ୍ଜାବ ଆଇପିଏସ୍ ଅଧିକାରୀ ହରଚରଣ ସିଂହ ଭୁଲ୍ଲର ଏବଂ ତାଙ୍କ ମଧ୍ୟସ୍ଥିଙ୍କୁ ଶୁକ୍ରବାର ଚଣ୍ଡିଗଡ଼ କୋର୍ଟରେ ହାଜର କରିଥିଲା ସିବିଆଇ। କୋର୍ଟ ସେ
ଲାଂଚ ମାମଲାରେ ଗିରଫ ହୋଇଥିବା ଡିଆଇଜି ଏଚ୍ ଏସ୍ ଭୁଲ୍ଲରଙ୍କୁ ପଠାଗଲା ନ୍ୟାୟିକ ହେପାଜତକୁ


- ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଭିଯୋଗକାରୀଙ୍କୁ ସୁରକ୍ଷା ଯୋଗାଇବ ପଞ୍ଜାବ ସରକାର

ଚଣ୍ଡିଗଡ଼, ୧୭ ଅକ୍ଟୋବର (ହି.ସ.)- ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଞ୍ଜାବ ଆଇପିଏସ୍ ଅଧିକାରୀ ହରଚରଣ ସିଂହ ଭୁଲ୍ଲର ଏବଂ ତାଙ୍କ ମଧ୍ୟସ୍ଥିଙ୍କୁ ଶୁକ୍ରବାର ଚଣ୍ଡିଗଡ଼ କୋର୍ଟରେ ହାଜର କରିଥିଲା ସିବିଆଇ। କୋର୍ଟ ସେମାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛି। ଗୁରୁବାର ଅପରାହ୍ନରୁ ଶୁକ୍ରବାର ସକାଳ ପ୍ରାୟ ୧୦ଟା ପର୍ଯ୍ୟନ୍ତ ଭୁଲ୍ଲରଙ୍କ ବାସଭବନରେ ସିବିଆଇ ତଲାସୀ ଅଭିଯାନ ଚଳାଇଥିଲା। ରାତିସାରା ତଲାସୀ ସମୟରେ ୭ କୋଟି ଟଙ୍କାର ନଗଦ ଏବଂ କୋଟି କୋଟି ଟଙ୍କାର ଅଳଙ୍କାର ଉଦ୍ଧାର କରାଯାଇଥିଲା।

ସେକ୍ଟର ୧୬ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ପରେ ଆଜି ଭୁଲ୍ଲରଙ୍କୁ କୋର୍ଟରେ ହାଜର କରିଥିଲା ସିବିଆଇ। ଭୁଲ୍ଲର ପହଂଚିବା ପରେ ତାଙ୍କ ମୁହଁ ରୁମାଲରେ ଘୋଡ଼ାଇ ଦିଆଯାଇଥିଲା। ବିଚାରପତି ତାଙ୍କୁ ରୁମାଲ କାଢ଼ିବାକୁ କହିଥିଲେ। ହାଜର ହେବା ପରେ ଗଣମାଧ୍ୟମ ଦ୍ୱାରା ପଚରାଯିବାରୁ ଭୁଲ୍ଲର କେବଳ କହିଥିଲେ, କୋର୍ଟ ନ୍ୟାୟ ପ୍ରଦାନ କରିବ, ଏବଂ ମୁଁ ସବୁକିଛିର ଉତର ଦେବି। ଏହି ସମୟରେ, ଭୁଲ୍ଲରଙ୍କ ଓକିଲ ଏଚ୍‌.ଏସ୍‌. ଧନୋଆ କହିଛନ୍ତି ଯେ ଭୁଲ୍ଲରଙ୍କୁ ସକାଳ ପ୍ରାୟ ସାଢ଼େ ୧୧ଟା ବେଳେ ହେପାଜତକୁ ନିଆଯାଇଥିଲା, କିନ୍ତୁ ରାତି ୮ଟାରେ ଗିରଫ କରାଯାଇଥିଲା। ଓକିଲ ଏ.ଏସ୍‌. ସୁଖୁଜା କହିଛନ୍ତି ଯେ ଭୁଲ୍ଲରଙ୍କ ଔଷଧ ବିଷୟରେ କୋର୍ଟରେ ଆଲୋଚନା ହୋଇଥିଲା। କୋର୍ଟ କହିଛନ୍ତି ଯେ ତାଙ୍କୁ ନିୟମ ଅନୁଯାୟୀ ଔଷଧ ଦିଆଯିବା ଉଚିତ। ତା’ପରେ କୋର୍ଟ ଔଷଧ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

-------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande