ଗତକାଲି ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ କୌଣସି କଥାବାର୍ତା ହୋଇନାହିଁ ଁ: ରଣଧିର ଜୟସୱାଲ
ନୂଆଦିଲ୍ଲୀ, ୧୬ ଅକ୍ଟୋବର (ହି.ସ.) - ଭାରତ କହିଛି ଯେ, ଗତ ଗୋଟିଏ-ଦୁଇ ଦିନ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କୌଣସି ଟେଲିଫୋନ ବାର୍ତାଳାପ ହୋଇଥିବା ବିଷୟରେ ଏହାର କୌଣସି ସୂଚନା ନାହିଁ । ଆମେରିକା ରାଷ୍ଟ୍ରପତି ଦାବି କରିଥିଲେ ଯେ, ସେ
ଗତକାଲି ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ କୌଣସି କଥାବାର୍ତା ହୋଇନାହିଁ ଁ: ରଣଧିର ଜୟସୱାଲ


ନୂଆଦିଲ୍ଲୀ, ୧୬ ଅକ୍ଟୋବର (ହି.ସ.) - ଭାରତ କହିଛି ଯେ, ଗତ ଗୋଟିଏ-ଦୁଇ ଦିନ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କୌଣସି ଟେଲିଫୋନ ବାର୍ତାଳାପ ହୋଇଥିବା ବିଷୟରେ ଏହାର କୌଣସି ସୂଚନା ନାହିଁ । ଆମେରିକା ରାଷ୍ଟ୍ରପତି ଦାବି କରିଥିଲେ ଯେ, ସେ ରୁଷୀୟ ତୈଳ କ୍ରୟ ଉପରେ ରୋକ ଲଗାଇବା ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୟସୱାଲ ଗୁରୁବାର ତାଙ୍କର ସାପ୍ତାହିକ ପତ୍ରକାର ବାର୍ତାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିବୃତିର ଜବାବ ଦେଇଛନ୍ତି । ସେ କହିଛନ୍ତି – ମୋ ଜାଣିବା ଅନୁସାରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କ ମଧ୍ୟରେ କୌଣସି କଥାବାର୍ତା ହୋଇନାହିଁ । ମୁଖପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଟ୍ରମ୍ପ ଅକ୍ଟୋବର ୯ ତାରିଖରେ ଗାଜା ଶାନ୍ତି ଚୁକ୍ତିନାମା ଉପରେ ଆଲୋଚନା କରିଥିଲେ । ସାକ୍ଷାତ ସମୟରେ ମୋଦୀ ଶାନ୍ତି ଚୁକ୍ତି ପାଇଁ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଉପରେ ଆଲୋଚନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande