ଜିଲ୍ଲା ସ୍ତରୀୟ କଳା ଉତ୍ସବରେ ସ୍ୱାଗତ ସଙ୍ଗୀତ
କେନ୍ଦ୍ରାପଡା 20 ଅକ୍ଟୋବର (ହି.ସ.): ବାଲିଆ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ କଳା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଞ୍ଚାସୀନ ଅତିଥି ଭାବରେ ଏଡିଏଓ ଦିପ୍ତୀରେଖା ନାୟକ, ବାଲିଆ ସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ମ
ଜିଲ୍ଲା ସ୍ତରୀୟ କଳା ଉତ୍ସବରେ ସ୍ୱାଗତ ସଙ୍ଗୀତ


କେନ୍ଦ୍ରାପଡା 20 ଅକ୍ଟୋବର (ହି.ସ.): ବାଲିଆ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ କଳା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଞ୍ଚାସୀନ ଅତିଥି ଭାବରେ ଏଡିଏଓ ଦିପ୍ତୀରେଖା ନାୟକ, ବାଲିଆ ସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ମହୋଦୟା, କେନ୍ଦ୍ରାପଡ଼ା ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ମନ୍ତ୍ରୀ,ଏସ୍ ସି ଏସ୍ ଟି କୋଅର୍ଡିନେଟର କିରଣ ତ୍ରିଷ୍ନା ସାହୁ ଏଵିଏଓ ବଳଦେବ ଜେନା ପ୍ରମୁଖ ଉପସ୍ଥିତ ରହି କଳା ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ୟ୍ୟ କ୍ରମରେ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାଲିଆ ସ୍ଥିତ ଗଛ ମଙ୍ଗଳା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ବିମଳ ପ୍ରସାଦ ପରିଡାଙ୍କ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ପିଏମ୍ ଶ୍ରୀ କୋରୋ ନୋଡାଲ ହାଇ ସ୍କୁଲର ଛାତ୍ରୀମାନେ ସଫଳତାର ସହ ସ୍ଵାଗତ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏଥିରେ ଶିକ୍ଷକ ଜଗନ୍ନାଥ ଉପାଧ୍ୟାୟ ଏବଂ କଣ୍ଠଶିଳ୍ପୀ ନିରୁପମା ଜେନା ସକ୍ରିୟ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande