ବନବାସୀ କଲ୍ୟାଣ ଆଶ୍ରମର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ
Bhubaneswar, 21 ଅକ୍ଟୋବର (ହି.ସ.) ଜୟପୁର, ବନବାସୀ କଲ୍ୟାଣ ଆଶ୍ରମ ଓଡ଼ିଶା ତରଫରୁ ରମେଶ ଚନ୍ଦ୍ର ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ ନୂ ଆ ଦିଲ୍ଲୀ ସହଯୋଗରେ କୋରାପୁଟ ଜିଲ୍ଲାର କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ର ଗୁଡା ଏବଂ ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ନନ୍ଦନମାଳ ଗ୍ରାମରେ କମ୍ବଳ ବଣ୍ଟନ
ବନବାସୀ କଲ୍ୟାଣ ଆଶ୍ରମର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ  ଆୟୋଜିତ


Bhubaneswar, 21 ଅକ୍ଟୋବର (ହି.ସ.)

ଜୟପୁର,

ବନବାସୀ କଲ୍ୟାଣ ଆଶ୍ରମ ଓଡ଼ିଶା ତରଫରୁ ରମେଶ ଚନ୍ଦ୍ର ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ ନୂ ଆ ଦିଲ୍ଲୀ ସହଯୋଗରେ କୋରାପୁଟ ଜିଲ୍ଲାର କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ର ଗୁଡା ଏବଂ ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ନନ୍ଦନମାଳ ଗ୍ରାମରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଶୀତ ଋତୁ ଆରମ୍ଭ ପୂର୍ବରୁ ବନବାସୀ ଏବଂ ଅବହେଳିତ ଗ୍ରାମକୁ ଜୟପୁର ଶାଖା ତରଫରୁ ଚିହ୍ନଟ କରାଯାଇ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମର ବ୍ଯବସ୍ଥା କରାଯାଇଥିଲା;ଯେଉଁଥିରେ କି ପ୍ରାୟ ଶହେ ପରିବାର ଉପକୃତ ହୋଇଥିଲେ।ଜିଲ୍ଲା ସଭାପତି ବାଲାଜୀ ବେହେରା, ନଗର ସଭାପତି ଶଶୀଭୁଷଣ ପଟ୍ଟନାୟକ,ଜିଲ୍ଲା ସଂଯୋଜକ ଦୁର୍ଯ୍ୟୋଧନ ବିଷୋୟୀଙ୍କର ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରଭୁଦାନ ପ୍ରଜା,ପ୍ରଫୁଲ୍ଲ ବିଷୋୟୀ,ବିକାଶ ଚନ୍ଦ୍ର ଚୌଧୁରୀ,ପ୍ରତାପ ପଟ୍ଟନାୟକ,ଲୋକନାଥ ନାୟକ,ସୁନାମଣି ନାୟକ,ଉମା ନାୟକ,ବୃନ୍ଦାବତୀ ଭତ୍ରା,ଦହଣା ଘିଉରି ଆ,ସଦା ଭୂମିଆ,ବିକାଶ ଚାଲାଣ ପ୍ରମୁଖ କାର୍ଯ୍ଯକର୍ତ୍ତା ଅଂଶଗ୍ରହଣ କରିଥିଲେ।

ବନବାସୀ କଲ୍ୟାଣ ଆଶ୍ରମ ଯୁବ ଆୟାମ୍ ବିଭାଗର ପ୍ରାନ୍ତ ସଂଯୋଜକ ରତିକାନ୍ତ ସାହୁ ସଂଗଠନର ଲକ୍ଷ୍ୟ ସମ୍ବନ୍ଧରେ ଉପସ୍ଥାପନ କରିଥିବାବେଳେ ସହ ପ୍ରାନ୍ତ ସଂଯୋଜକ ଲକ୍ଷ୍ମୀକାନ୍ତ ମିଶ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଓ ଆବଶ୍ୟକତା ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande