କେନ୍ଦ୍ରାପଡା 20 ଅକ୍ଟୋବର (ହି.ସ.): କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ପ୍ରଭାତ କୁମାର ସାମନ୍ତରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ମାର୍ଶାଘାଇ ବ୍ଲକ ତାଳସଙ୍ଗା ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ! ସମାଜସେବୀ ଗଙ୍ଗାଧର ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ନେତା ତଥା ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ବିଜେଡି ନେତା ଅଂଶୁମାନ ମହାନ୍ତି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଜେପି ନେତ୍ରୀ ଉଷା ରାଣୀ ମିଶ୍ର ପାଟକୁରାର ବିଜେଡି ନେତା ରବି ସାମଲ ପାରାଦ୍ୱୀପ ମୁନିସିପାଲିଟର ଅଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସମେତ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଭିହ୍ନ ରାଜନୈତିକ ଦଳର ନେତା ମାନେ ଯୋଗଦେଇ ସ୍ବର୍ଗତ ପ୍ରଭାତ ବାବୁଙ୍କ କାର୍ୟ୍ୟକ ଦକ୍ଷତାର ଗୁଣଗାନ କରିଥିଲେ ! ଏହି ପରିପ୍ରେକ୍ଷୀରେ ସାମନ୍ତରାୟ ସାମାଜିକ ସଂଗଠନର ସଭାପତି ତୃଷାର ରଞ୍ଜନ ସାମନ୍ତରାୟ ସମ୍ପାଦକ ସାର୍ଥକ ସାମନ୍ତରାୟ ଉପସ୍ଥିତ ସାମାଜିକ କର୍ମୀ ଓ ସାଧୁସନ୍ଥ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ !
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ