୨୪ ହଜାର କିଲୋମିଟରର ସାଇକେଲ ଯାତ୍ରା ପୁରା କରି ଘର ଫେରିଲେ ଅମୃତ କିସ୍କୁ
ପଶ୍ଚିମ ମେଦିନୀପୁର, ୨୦ ଅକ୍ଟୋବର(ହି.ସ.) – ପର୍ଯ୍ୟାବରଣ ସଂରକ୍ଷଣ ଏବଂ ସଚେତନତାର ବାର୍ତା ପହଂଚାଇବା ଉଦ୍ଦେଶ୍ୟରେ ସାଇକେଲ ଯାତ୍ରାରେ ବାହାରିଥିବା ଅମୃତ କିସ୍କୁ ୨୪ ହଜାର କିଲୋମିର ଯାତ୍ରା ସଫଳତାପୂର୍ବକ ପୁରା କରି ଘରକୁ ଫେରିଛନ୍ତି। ତାଙ୍କର ଏହି ଯାତ୍ରା ଦୁଇବର୍ଷ ଏକ ମାସ ଏବଂ ନଅ ଦିନ ଚାଲିଥିଲା
୨୪ ହଜାର କିଲୋମିଟରର ସାଇକେଲ ଯାତ୍ରା ପୁରା କରି ଘର ଫେରିଲେ ଅମୃତ କିସ୍କୁ


ପଶ୍ଚିମ ମେଦିନୀପୁର, ୨୦ ଅକ୍ଟୋବର(ହି.ସ.) – ପର୍ଯ୍ୟାବରଣ ସଂରକ୍ଷଣ ଏବଂ ସଚେତନତାର ବାର୍ତା ପହଂଚାଇବା ଉଦ୍ଦେଶ୍ୟରେ ସାଇକେଲ ଯାତ୍ରାରେ ବାହାରିଥିବା ଅମୃତ କିସ୍କୁ ୨୪ ହଜାର କିଲୋମିର ଯାତ୍ରା ସଫଳତାପୂର୍ବକ ପୁରା କରି ଘରକୁ ଫେରିଛନ୍ତି। ତାଙ୍କର ଏହି ଯାତ୍ରା ଦୁଇବର୍ଷ ଏକ ମାସ ଏବଂ ନଅ ଦିନ ଚାଲିଥିଲା। ଏହି ସମୟରେ ସେ ଦେଶର ୨୮ ରାଜ୍ୟ ଏବଂ ୫ କେନ୍ଦ୍ରଶାସିତ ପ୍ରଦେଶର ଗସ୍ତ କରିଛନ୍ତି। ଅମୃତ ନିଜର ଏହି ଯାତ୍ରାର ଆରମ୍ଭ ପର୍ଯ୍ୟାବରଣ ପ୍ରତି ଲୋକମାନଙ୍କ ମଧ୍ୟରେ ଜାଗରୁକତା କରିବା ଉଦ୍ଦେଶ୍ୟରେ କରିଥିଲେ। ଏହି ସମୟରେ ସେ ବିଭିନ୍ନ ପ୍ରକାର ପ୍ରାକୃତିକ ଏବଂ ଭୌଗୋଳିକ କଠିନତାର ସାମ୍‌ନା କରିବାକୁ ପଡ଼ିଥିଲା, କିନ୍ତୁ ତାଙ୍କର ଉତ୍ସାହ ଏବଂ ସଂକଳ୍ପ ଅଟଳ ରହିଛି।

ମଙ୍ଗଳବାର ସକାଳେ ସେ ନିଜର କିଶିୟାଡ଼ି ବ୍ଲକ୍ ସ୍ଥିତ ଘରକୁ ଫେରିଛନ୍ତି, ଯେଉଁଠାରେ ପରିବାର ଏବଂ ସ୍ଥାନୀୟ ଲୋକମାନେ ତାଙ୍କ ସ୍ୱାଗତ କରିଛନ୍ତି। ନିଜର ଯାତ୍ରା ସମୟରେ ଅମୃତ ଅନେକ ଲୋକଙ୍କ ସହିତ ମିଶିଥିଲେ ଏବଂ ତାଙ୍କୁ ପର୍ଯ୍ୟାବରଣ ସଂରକ୍ଷଣର ସଂଦେଶ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande