ମଧ୍ୟପ୍ରଦେଶର ଭିଂଡରେ ଦଳିତ ଯୁବକଙ୍କୁ ବନ୍ଧକ ବନାଇ କଲେ ମାରପିଟ, ପରିସ୍ରା ପିଆଇବା ଅଭିଯୋଗ
ଭିଂଡ, ୨୦ ଅକ୍ଟୋବର(ହି.ସ.) – ମଧ୍ୟପ୍ରଦେଶର ଭିଂଡ ଜିଲ୍ଲାରେ ସୁରପୁରା ଥାନା ଅଂଚଳ ଅନ୍ତଗତ ଗ୍ରାମ ଅଜୁଦ୍ଦୀପୁରାରେ ଏକ ଲଜ୍ଜାପୁର୍ଣ୍ଣ ମାମଲା ଆଗକୁ ଆସିଛି। ଏଠାରେ ଦବଂଗୋରେ ଏକ ଦଳିତ ଯୁବକ ସହିତ ମାରପିଟ୍ କରି ତାକୁ ପରିସ୍ରା ପିଆଇବାର ଅଭିଯୋଗ ଲାଗିଛି। ପିଡ଼ିତର କହିବା ଯେ ତିନି ଯୁବକ ତାକୁ ଗ୍ୱୋଲି
ମଧ୍ୟପ୍ରଦେଶର ଭିଂଡରେ ଦଳିତ ଯୁବକଙ୍କୁ ବନ୍ଧକ ବନାଇ କଲେ ମାରପିଟ, ପରିସ୍ରା ପିଆଇବା ଅଭିଯୋଗ


ଭିଂଡ, ୨୦ ଅକ୍ଟୋବର(ହି.ସ.) – ମଧ୍ୟପ୍ରଦେଶର ଭିଂଡ ଜିଲ୍ଲାରେ ସୁରପୁରା ଥାନା ଅଂଚଳ ଅନ୍ତଗତ ଗ୍ରାମ ଅଜୁଦ୍ଦୀପୁରାରେ ଏକ ଲଜ୍ଜାପୁର୍ଣ୍ଣ ମାମଲା ଆଗକୁ ଆସିଛି। ଏଠାରେ ଦବଂଗୋରେ ଏକ ଦଳିତ ଯୁବକ ସହିତ ମାରପିଟ୍ କରି ତାକୁ ପରିସ୍ରା ପିଆଇବାର ଅଭିଯୋଗ ଲାଗିଛି। ପିଡ଼ିତର କହିବା ଯେ ତିନି ଯୁବକ ତାକୁ ଗ୍ୱୋଲିୟରରୁ ବନ୍ଧକ ବନାଇ ଭିଂଡ଼ର ସୁରପୁରା ଆଣିଥିଲେ। ଏଠାରେ ତାଙ୍କ ସହିତ ମାରପିଟ୍ କରିଥିଲେ। ଜବରଦସ୍ତ ଶରାବ ପିଆଇଛନ୍ତି ଏବଂ ପୁଣି ପରିସ୍ରା ପିଆଇବାକୁ ବାଧ୍ୟ କରିଥିଲେ। ଏହାପରେ ସେ ଲୋକମାନେ ତାକୁ ସେଠାରେ ଛାଡ଼ି ପଳାଇ ଯାଇଥିଲେ।

ଘଟଣା ସୋମବାର ସନ୍ଧ୍ୟାରେ ବୋଲି କୁହାଯାଇଛି। ପିଡ଼ିତ ଯୁବକକୁ ମଙ୍ଗଳବାର ସକାଳେ ଭିଂଡ ଜିଲ୍ଲା ହସ୍ପିଟାଲରେ ଭର୍ତି କରାଯାଇଛି। ସୂଚନା ମିଳିବା ପରେ ଆଡ଼ିସନାଲ୍ ଏସ୍‌ପି ସଞ୍ଜୀବ ପାଠକ ଏବଂ କଲେକ୍ଟର କରୋଡ଼ି ଲାଲ୍ ମିଣା ହସ୍ପିଟାଲ ପହଂଚିଥିଲେ ଏବଂ ପୀଡ଼ିତଙ୍କ ସହିତ ଆଲୋଚନା କରିଥିଲେ। ପୋଲିସ୍ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ହାଜତରେ ନେଇଥିବାବେଳେ ଅନ୍ୟଜଣେ ଫେରାର ଅଛି। ପୋଲିସ୍ ପ୍ରକରଣ ଦର୍ଜ କରି ମାମଲାର ଯାଂଚ ଆରମ୍ଭ କରିଦେଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande