ବଲାଙ୍ଗିର, ୨୧ ଅକ୍ଟୋବର (ହି.ସ.)- ବଲାଙ୍ଗିର ରୁଗୁଡିପଡ଼ା ପୂଜା ମଣ୍ଡପ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ରିତୁରଙ୍ଗ ବଙ୍ଗୀୟ ସମାଜର ୩୭ ତମ ମା ଶ୍ୟାମାକାଳୀ ପୂଜା -୨୦୨୫ ସୋମବାର ଅମାବାସ୍ୟା ମଧ୍ୟରାତ୍ରରେ ଅନୁଷ୍ଠିତ ହୋଇଛି । ଏଠାରେ ରହୁଥିବା ବଙ୍ଗୀୟ ସମାଜର ପରିବାର ମହିଳା ପୁରୁଷ ପୁଅ ଝିଅ ମାନେ କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ସଫଳତା ପାଇଁ ସହଯୋଗ କରିଥିଲେ। ବଙ୍ଗାଳୀ ରୀତିନୀତି ଅନୁସାରେ ମା ଶ୍ୟାମାକାଳୀଙ୍କ ପୂଜନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ସନ୍ଧ୍ୟା ୭ଟାରେ ଧୂପନାଚ ଓ ଆଗାମୀ କାଲି ମା ଙ୍କ ଭସାଣି ପୂର୍ବରୁ ମା ଭଉଣୀ ମାନଙ୍କ ସିନ୍ଦୂର ଖେଳ ଅନୁଷ୍ଠିତ ହେବ। ମଧ୍ୟାହ୍ନରେ ପଙ୍କ୍ତିଭୋଜ ରେ ପ୍ରସାଦ ବିତରଣ ହେବ। ସନ୍ଧ୍ୟା ୭ଟା ରେ ପ୍ରତିମା ନିରଞ୍ଜନ ଆରମ୍ଭ ହୋଇ ରାତିରେ ବିସର୍ଜନ ହେବ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ