ସୁବର୍ଣ୍ଣପୁର ଠାରେ ଜିଲ୍ଲା ପୋଲିସ ପକ୍ଷରୁ ୬୬ତମ ଶହୀଦ ସ୍ମୃତି ଦିବସ ପାଳିତ
ସୁବର୍ଣ୍ଣପୁର, ୨୦ ଅକ୍ଟୋବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସ ପଡ଼ିଆ ଠାରେ ୬୬ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏଠାରେ ମୁଖ୍ୟଅତିଥି ଭାବରେ ଏସପି ଶ୍ରୀ ନାରାୟଣ ନାୟକ ଯୋଗ ଦେଇ ଦେଶ ତଥା ବିଦେଶରେ ବିଭିନ୍ନ ଜରୁରୀ କାଳୀନ ସମୟରେ ଶହୀଦ ହୋଇଥିବା ଆମ ଜିଲ୍ଲା ତଥା ଦେଶର ପୋଲିସଙ୍କ
ସୁବର୍ଣ୍ଣପୁର ଠାରେ ଜିଲ୍ଲା ପୋଲିସ ପକ୍ଷରୁ ୬୬ତମ ଶହୀଦ ସ୍ମୃତି ଦିବସ ପାଳିତ


ସୁବର୍ଣ୍ଣପୁର ଠାରେ ଜିଲ୍ଲା ପୋଲିସ ପକ୍ଷରୁ ୬୬ତମ ଶହୀଦ ସ୍ମୃତି ଦିବସ ପାଳିତ


ସୁବର୍ଣ୍ଣପୁର, ୨୦ ଅକ୍ଟୋବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସ ପଡ଼ିଆ ଠାରେ ୬୬ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏଠାରେ ମୁଖ୍ୟଅତିଥି ଭାବରେ ଏସପି ଶ୍ରୀ ନାରାୟଣ ନାୟକ ଯୋଗ ଦେଇ ଦେଶ ତଥା ବିଦେଶରେ ବିଭିନ୍ନ ଜରୁରୀ କାଳୀନ ସମୟରେ ଶହୀଦ ହୋଇଥିବା ଆମ ଜିଲ୍ଲା ତଥା ଦେଶର ପୋଲିସଙ୍କ ସ୍ମୁତିଚାରଣ କରିଥିଲେ। ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇ ଏସ୍‌ପିଙ୍କ ସହିତ ଉଭୟେ ଶହୀଦ୍ ପୋଲିସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ୨୦୦୯ ମସିହାରେ ସମ୍ବଲପୁର ଜିଲ୍ଲାରେ ସହିଦ ହୋଇଥିବା ଆମ ଜିଲ୍ଲାର ପୋଲିସ ଅଫିସର ନରସିଂହ ମହାକୁଡ଼ଙ୍କ ପତ୍ନୀଙ୍କୁ ଏବଂ କୋରାପୁଟରେ ସହିଦ ହୋଇଥିବା ଆମ ଜିଲ୍ଲା ପୋଲିସ ବିଭୀଷଣ ସାହୁଙ୍କ ପରିବାରକୁ ଆଜି ଏହି ଉତ୍ସବରେ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରା ସମ୍ୱର୍ଦ୍ଧିତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande