ପବିତ୍ର ଦୀପାବଳିରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଲା ମହାଦୀପ
ଭଦ୍ରକ, ୨୧ ଅକ୍ଟୋବର (ହି.ସ.) - ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପବିତ୍ର ଦୀପାବଳୀ ଅବସରରେ ଗତ ଷୋମବାର ରାତିରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ମନ୍ଦିରଚୂଡାକୁ ଉଠିଲା ମହାଦୀପ। ଏଥିପାଇଁ ସୋମ୍ୱାର ଭୋର ୪ଟାରେ ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହ୍ୱୋ
AKHANDALAMANI MANDIRA CHUDAKU UTHILA MAHADIPA


ଭଦ୍ରକ, ୨୧ ଅକ୍ଟୋବର (ହି.ସ.) - ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପବିତ୍ର ଦୀପାବଳୀ ଅବସରରେ ଗତ ଷୋମବାର ରାତିରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ମନ୍ଦିରଚୂଡାକୁ ଉଠିଲା ମହାଦୀପ। ଏଥିପାଇଁ ସୋମ୍ୱାର ଭୋର ୪ଟାରେ ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହ୍ୱୋ ପରେ ନବବସ୍ତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯିବ ୍ୱା୍ୱାଙ୍କୁ ପହିଲି ବାଲ୍ୟ ଭୋଗ ଲାଗି କରାଯାଇଛି। ସକାଳ ୯ଟାରେ ପହଡଖିଆ ଅନ୍ନନୀତି, ମଧ୍‌ଯାହ୍ନ ୧ଟାରେ ଯୋଗୀବେଶ ଓ ବଡନୀତି, ୧ଘଂଟା ଅବକାଶ(ଶୟନ) ନୀତି ସମ୍ପନ୍ନ ହୋଇଥିଲା। ପରେ ଦୀପାବଳି ନୀତି ନିମନ୍ତେ ଅପରାହ୍ନ ୪ଟାରେ ବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇ ସଂଧ୍ୟାରେ ଭକ୍ତମାନଙ୍କ ଦ୍ୱାରା ହଜାରହଜାର ଦୀପ ପ୍ରଜ୍ୱଳନ କରାଯାଇଥିଲା। ସଂଧ୍ୟା ୭ଟାରେ ମହାଦୀପ ପ୍ରସ୍ତୁତି କରାଯାଇ ଶୋଡଷ ଉପଚାରରେ ପୂଜାର୍ଚ୍ଚନା ଓ ଅଗ୍ନି ସଂଯୋଗ କରାଯିବା ପରେ ରାତ୍ର ୯ଟା୩୦ରେ ଘଂଟାକିର୍ତନ ଓ ଭକ୍ତମାନଙ୍କ ହରିବୋଲ ହୁଳହୁଳିରେ ମନ୍ଦିର ବେଢା ପରିକ୍ରମା କରାଯାଇ ୯ଟା୪୦ରେ ମନ୍ଦିର ଚୂଡାରେ ସ୍ଥାପନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande