ରାଷ୍ଟ୍ର ନିର୍ମାଣରେ ସୂତ୍ରଧର ଥିଲେ ମହର୍ଷି ଦୟାନନ୍ଦ, ଆର୍ଯ୍ୟ ସମାଜରେ ଋଷି ନିର୍ବାଣ ଦିବସ
ଭଦ୍ରକ, ୨୧ ଅକ୍ଟୋବର (ହି.ସ.) - ସାମାଜିକ, ସାଂସ୍କୃତିକ ଓ ରାଷ୍ଟ୍ରୀୟ ବିଚାରଧାରର ସମୁନ୍ନତ ଚିନ୍ତନ ସହ ବେଦଭକ୍ତ, ସଂସ୍କାର ପ୍ରିୟ ଓ ରାଷ୍ଟ୍ରପ୍ରେମୀ ନିର୍ମାଣ କରିବାରେ ମହର୍ଷି ଦୟାନନ୍ଦଙ୍କ ଦାନ ଅତୁଳନୀୟ । ତାଙ୍କ ରଚିତ କାଳଜୟୀ ଗ୍ରନ୍ଥ ସତ୍ୟାର୍ଥ ପ୍ରକାଶ, ଋକ୍ ବେଦାଦି ଭାଷ୍ୟ ଭୂମିକା ଓ ସଂସ୍କ
ARYA SAMAJ RUSI NIRBAN DIVAS


ଭଦ୍ରକ, ୨୧ ଅକ୍ଟୋବର (ହି.ସ.) - ସାମାଜିକ, ସାଂସ୍କୃତିକ ଓ ରାଷ୍ଟ୍ରୀୟ ବିଚାରଧାରର ସମୁନ୍ନତ ଚିନ୍ତନ ସହ ବେଦଭକ୍ତ, ସଂସ୍କାର ପ୍ରିୟ ଓ ରାଷ୍ଟ୍ରପ୍ରେମୀ ନିର୍ମାଣ କରିବାରେ ମହର୍ଷି ଦୟାନନ୍ଦଙ୍କ ଦାନ ଅତୁଳନୀୟ । ତାଙ୍କ ରଚିତ କାଳଜୟୀ ଗ୍ରନ୍ଥ ସତ୍ୟାର୍ଥ ପ୍ରକାଶ, ଋକ୍ ବେଦାଦି ଭାଷ୍ୟ ଭୂମିକା ଓ ସଂସ୍କାର ବିଧି ସୁନ୍ଦର ଆର୍ଯ୍ୟାବର୍ତ ନିର୍ମାଣରେ ପ୍ରମୁଖ ଯୋଗଦାନ ଥିଲା । ଦେଶରେ ରାଷ୍ଟ୍ରଭକ୍ତ ବଳିଦାନ ଦେବାରେ ଆର୍ଯ୍ୟ ସମାଜର ଦାନ ଅବର୍ଣ୍ଣନୀୟ ବୋଲି ଦୀପାବଳି ଦିନ ମହର୍ଷି ଦୟାନନ୍ଦଙ୍କ ନିର୍ବାଣ ଦିବସରେ ବିଶିଷ୍ଟ ବୈଦିକ ବିଦ୍ୱାନ ତଥା ବେଦ ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ପ୍ରକାଶ କରିଥିଲେ । ଆର୍ଯ ସମାଜର ସମ୍ପାଦକ ସୁଧୀର ମୁଦୁଲି ସ୍ୱାମୀଜୀଙ୍କ ରାଷ୍ଟ୍ରପ୍ରେମ ସଂପର୍କରେ ଆଲୋକପାତ କରିଥିଲେ । ସଭାପତି ବୀଣାପାଣି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନନ୍ଦକିଶୋର ସାହୁ ସପତ୍ନୀକ ଯଜମାନ ହୋଇଥିଲେ । କାର୍ଯ୍ୟକ୍ରମକୁ ଲକ୍ଷ୍ମୀଧର ପଣ୍ଡା, ରବି ନାରାୟଣ ଲେଙ୍କା, ରାଜକିଶୋର ସାହୁ ଆଦି ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande