ସମ୍ବଲପୁର, ୨୧ ଅକ୍ଟୋବର(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଳ ପଂଚାୟତର ବଡ଼ମାଳ, ଟାଙ୍ଗରାଣିକୁ ଚଳିତ ବର୍ଷ ଓଡିଶା ସରକାର ଆଦର୍ଶ ଗ୍ରାମରେ ନାମିତ କରିଥିବାବେଳେ ଆଜି ଗ୍ରାମର ସମସ୍ତ ମହିଳା ପୁରୁଷଙ୍କୁ ନେଇ ସମ୍ପୂର୍ଣ୍ଣ ନିଶା ବନ୍ଦ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ପ୍ରତ୍ୟେକ ବର୍ଷ ଗ୍ରାମରେ ଖଜୁରୀ ରସ, ହାଣ୍ଡିଆ ଓ ଦେଶୀମଦ ରନ୍ଧା ଠିକା ଦିଆଯାଉଥିବାବେଳେ ଚଳିତ ବର୍ଷ ମଧ୍ୟ ଗ୍ରାମରେ କାହାକୁ କିଛି ନଜଣାଇ ଗ୍ରାମରେ ଖଜୁରୀ ରସ ପାଇଁ ଠିକା ଦେଇଛନ୍ତି। ଏହାକୁ ନେଇ ଗ୍ରାମରେ ମହିଳାଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହେବାରୁ ଆଜି ଗ୍ରାମର ସମସ୍ତଙ୍କୁ ଏକାଠି କରି ଏକ ବୈଠକ ଆୟୋଜନ କରାଯାଇ ମଦ, ଖଜୁରୀ ରସ, ହାଣ୍ଡିଆ ଠିକା ବନ୍ଦ କରାଯିବା ସହ ଯେଉଁ ବ୍ୟକ୍ତି ମାଦକ ଦ୍ରବ୍ୟ ବିକ୍ରି କରିବ ସର୍ବନିମ୍ନ ତାଙ୍କଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବା ସହ ଆଇନ ଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ନିଷ୍ପତି ନିଆଯାଇଛି। ଏହି ଆଲୋଚନା ସମୟରେ ବଡ଼ମାଳ, ଲଦ୍ରୋପାଳ, ଭାଲୁଡ଼ିହି, ଗୁଣ୍ଡଳପାଣି ଗ୍ରାମର ସମସ୍ତ ମହିଳା ପୁରୁଷଙ୍କ ସହ ଆଶା, ଅଙ୍ଗନବାଡି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ନିଶା ନିବାରଣ ଆୟୋଜନ ବୈଠକ ସମୟରେ ସତ୍ୟନାରାୟଣ ପଟେଲ, ନୟନ ପଟେଲ, ହୃଦାନନ୍ଦ ନାଏକ, ଦିଲୀପ ବଗାର, ସୌଦାମିନୀ ନାଏକ, ତପସ୍ୱିନୀ ନାଏକ,ବିନି ମୁଣ୍ଡା, ଶାନ୍ତିଲତା ନାଏକ ପ୍ରମୁଖ ସୁଚିନ୍ତିତ ମତାମତ ମଧ୍ୟ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ