ଭଦ୍ରକ ବ୍ଲକ ବିଜେଡିର ୨୭ ନଂ ଜୋନ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା
ଭଦ୍ରକ, ୨୧ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଭଦ୍ରକ ବ୍ଲକର ୨୭ ନଂ ଯୋନ ତରଫରୁ ଆୟୋଜିତ ଜନସମ୍ପର୍କ ପଦଯାତ୍ରା ଉତ୍ସାହ ଓ ଉତ୍ସବମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନର ସଭାପତିତ୍ୱ କରିଥିଲେ ଭଦ୍ରକ ବ୍ଲକ
BJD 29 NO. ZONE JANASAMPARK PADAYATRA


ଭଦ୍ରକ, ୨୧ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଭଦ୍ରକ ବ୍ଲକର ୨୭ ନଂ ଯୋନ ତରଫରୁ ଆୟୋଜିତ ଜନସମ୍ପର୍କ ପଦଯାତ୍ରା ଉତ୍ସାହ ଓ ଉତ୍ସବମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନର ସଭାପତିତ୍ୱ କରିଥିଲେ ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ। ଏଥିରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ଗାଁ ଗାଁରେ ବିଜୁ ଚିନ୍ତାଧାରା ଓ ନବୀନ ଜୀଙ୍କ ସ୍ୱପ୍ନକୁ ପହଂଚାଇବାର ଏହି ଜନ ଆନ୍ଦୋଳନ ଜନତାଙ୍କ ସହିତ ସିଧାସଳଖ ସମ୍ପର୍କର ସେତୁ। ଏହା ବିଜୁ ଜନତା ଦଳର ଶକ୍ତି, ଏହାର ଆତ୍ମା ଓ ଏହାର ଶକ୍ତିଶାଳୀ ଆଧାର ବୋଲି କହିଥିଲେ। ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ବିଜୁ ମହିଳା ଜନତା ଦଳର ଭଦ୍ରକ ବ୍ଲକ ସଭାନେତ୍ରୀ ଦେବୀଦତା ମହାନ୍ତି, କୋଡବରୁଆଁ ଗ୍ରାମ ପଂଚାୟତର ସରପଂଚ ସୁଷମା ମହାନ୍ତି, ଓଲଙ୍ଗ ଗ୍ରାମ ପଂଚାୟତର ସରପଂଚ ଅକ୍ଷୟ କୁମାର ମହାନ୍ତି, ସମିତି ସଭ୍ୟ ରାଜେନ୍ଦ୍ର ନାରାୟଣ ପାଣି, ପୂର୍ବତନ ସରପଂଚ କାଳନ୍ଦି ଜେନା, ଏରଡ଼ା ପଂଚାୟତ ସଭାପତି ବାଦା ମିଶ୍ର, ପୂର୍ବତନ ସରପଂଚ ଶେଷଦେବ ପରିଡ଼ା, ପୂର୍ବତନ ସରପଂଚ ଗଣେଶ କୁମାର ମଲ୍ଲିକ, ଜିଲ୍ଲା ଆଇଟି ସେଲ୍ ସଂଯୋଜକ ନଳିନୀ ପଣ୍ଡା, ପୂର୍ବତନ ବ୍ଲକ ସମ୍ପାଦକ ରଘୁନାଥ ପଣ୍ଡା, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ପ୍ରିୟବ୍ରତ ନାୟକ, ଚଣ୍ଡିଗାଁ ପଂଚାୟତ ସଭାପତି ପରେଶ ପରିଡ଼ା, ଏରଡ଼ା ପଂଚାୟତ ସରପଂଚ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ସାହୁ, ଯୁବନେତା ବିକାଶ ଶ୍ରେଷ୍ଠା, ଆଶିଷ କୁମାର ମହାନ୍ତି, ଶରତ କବି, ଗୁରୁ ଦୟାଲ ସାମଲ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବରିଷ୍ଠ, ମହିଳା ଓ ଯୁବ ନେତୃତ୍ୱ ଭାଗ ନେଇ ପଦଯାତ୍ରାକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande