କଂଗ୍ରେସ ପ୍ରାର୍ଥୀ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ କଲା ବିଜେପି
ନୂଆପଡ଼ା, ୨୧ ଅକ୍ଟୋବର (ହି.ସ.)- ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ନିଜ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ ଆଣିଛି ବିଜେପି। ଏ ନେଇ ଆଜି ନୂଆପଡା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି ବିଜେପି। ବିଜେପିର ନୂଆପଡା ଜିଲ୍
କଂଗ୍ରେସ ପ୍ରାର୍ଥୀ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ କଲା ବିଜେପି


ନୂଆପଡ଼ା, ୨୧ ଅକ୍ଟୋବର (ହି.ସ.)- ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ନିଜ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ ଆଣିଛି ବିଜେପି। ଏ ନେଇ ଆଜି ନୂଆପଡା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି ବିଜେପି। ବିଜେପିର ନୂଆପଡା ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ ଗଡତିଆଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି କଂଗ୍ରେସର ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ନିଜ ନାମାଙ୍କନପତ୍ରରେ ଦେଇଥିବା ସତ୍ୟପାଠରେ ଆପରାଧିକ ତଥ୍ୟ ସମ୍ବନ୍ଧୀୟ ଅନେକ ତଥ୍ୟ ଲୁଚାଇଛନ୍ତି। ବିଜେପି ଜିଲ୍ଲା ସଭାପତି କମଲେଶ୍ ଦୀକ୍ଷିତ ନିର୍ବାଚନ ଆୟୋଗରୁ ପ୍ରାପ୍ତ କରିଥିବା ତଥ୍ୟ ମୁତାବକ, ୨୦୨୪ ନିର୍ବାଚନ ସତ୍ୟପାଠ ମୁତାବକ ଘାସିରାମଙ୍କ ନାମରେ ୧୯ ଗୋଟି ଆପରାଧିକ ମାମଲା ଥିଲା। କିନ୍ତୁ, ୨୦୨୫ ଉପନିର୍ବାଚନରେ ଦେଇଥିବା ତଥ୍ୟ ମୁତାବକ ତାଙ୍କ ନାମରେ ୧୨ଟି ଆପରାଧିକ ମାମଲା ରହିଛି। ୭ଟି ମାମଲା ସମ୍ପର୍କରେ କିଛି ଦର୍ଶାଇ ନାହାନ୍ତି। ତାଙ୍କ ନାମରେ ୧୦/୨୦୧୮ ଓ ୨୬/୨୦୨୨ରେ ହୋଇଥିବା ମାମଲା ଏବେ ବି କୋର୍ଟରେ ବିଚାରାଧୀନ ରହିଥିବା ବେଳେ ସେ ସମ୍ପର୍କରେ ସେ କିଛି ବି ଜଣାଇ ନାହାନ୍ତି। ଏଣୁ ବିଜେପି ପକ୍ଷରୁ ଏନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ତାଙ୍କ ପ୍ରାର୍ଥିପତ୍ର ନାକଚ କରିବାକୁ ଦାବି କରାଯିବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande