ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଳିତ
ଘଟଗାଁ, ୨୦ ଅକ୍ଟୋବର(ହି.ସ.) – ଘଟଗାଁ ଶିକ୍ଷା ବିଭାଗରେ ପରିଚାଳିତ ୧୩ଟି କ୍ଲଷ୍ଟର ଶିଶୁ ମହୋତ୍ସବ ସୁରଭି କ୍ରମ ଅନୁଷ୍ଠିତ ହୋଇ ପ୍ରତିଭା ଚୟନ କରାଯାଇ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ବିଭାଗର ବିଇଓ ହରେକୃଷ୍ଣ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ବିଧାୟକ ବଦ୍ରି ନ
ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଳିତ


ଘଟଗାଁ, ୨୦ ଅକ୍ଟୋବର(ହି.ସ.) – ଘଟଗାଁ ଶିକ୍ଷା ବିଭାଗରେ ପରିଚାଳିତ ୧୩ଟି କ୍ଲଷ୍ଟର ଶିଶୁ ମହୋତ୍ସବ ସୁରଭି କ୍ରମ ଅନୁଷ୍ଠିତ ହୋଇ ପ୍ରତିଭା ଚୟନ କରାଯାଇ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ବିଭାଗର ବିଇଓ ହରେକୃଷ୍ଣ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ବିଧାୟକ ବଦ୍ରି ନାରାୟଣ ପାତ୍ର ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ ଉପାଧ୍ୟକ୍ଷ ଯଦୁମଣି ନାୟକ ପାଣ୍ଡପଡ଼ା ସରପଂଚ ପ୍ରିୟରଞ୍ଜନ ନାୟକ ସମିତି ସଭ୍ୟ ରଶ୍ମିତା ଖିଲାର ଜ୍ଞାନରଞ୍ଜନ ଦେଓ ଅଷ୍ଟା ବ୍ଲକ ସମ୍ପାଦକ ସନ୍ତୋଷ ଶତପଥୀ ଯୋଗ ଦେଇଥିଲେ। ପଣ୍ଡାପଡ଼ା ଅମ୍ବିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଉକ୍ତ ଶିଶୁ ମହୋତ୍ସବକୁ ସଂସଦଙ୍କ ପ୍ରତିନିଧି ଅଖିଳ କୁମାର ପାତ୍ର ଉଦ୍‌ଘାଟନ କରିଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ମହାପାତ୍ରଙ୍କ ତତ୍ୱାବଧାନରେ ୩୬୨ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତରେ ଭାଗ ନେଇଥିଲେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ସେହିପରି ଆଦର୍ଶ ଶିକ୍ଷକ ଅକ୍ଷୟ ସତପତି ଶ୍ରେଷ୍ଠ ବିଦ୍ୟାଳୟ ବାଘଘର ପ୍ରାଥମିକ ବିଦ୍ୟାଳୟ। ଅଜୟ ପଳେଇଙ୍କୁ ସମ୍ବର୍ଦ୍ଧିତ କରାଯାଇଛିଏ ବିଇଓ ସଞ୍ଜୟ ପଲେଇ ଜଗଦୀଶ ନାୟକ ପ୍ରଧାନ ଶିକ୍ଷକ ରୋହିତ କୁମାର ବେହେରା ସୁବର୍ଣ୍ଣ ପଲେଇ ଶିକ୍ଷକ ନଳିନୀକାନ୍ତ ବେହେରା ନବୀନ ପଲେଇ ନୟନଲତା ମହାନ୍ତି ପ୍ରିୟତମା ପାଢ଼ୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande