ନିଜ ଗାଁ ରାଇକଳାରେ ପହଂଚି ଗ୍ରାମବାସୀଙ୍କ ସହ ଦୀପାବଳୀ ପାଳନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଗାଁ ରାଇକଳାରେ ପହଂଚି ଗ୍ରାମବାସୀଙ୍କ ସହ ଦୀପାବଳୀ ପାଳନ କରିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ସେ ନିଜର ସୋସିଆଲ ମିଡିଆ ହ୍ୟାଂଡେଲରେ ଲେଖିଛନ୍ତି, ଆଜି ପବିତ୍ର ଦୀପାବଳି ପର୍ବ ଅବସରରେ ମୁଁ ମୋର ଜନ୍ମମାଟି ରାଇକଳା ଗ୍ରାମର
ନିଜ ଗାଁ ରାଇକଳାରେ ପହଂଚି ଗ୍ରାମବାସୀଙ୍କ ସହ ଦୀପାବଳୀ ପାଳନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଗାଁ ରାଇକଳାରେ ପହଂଚି ଗ୍ରାମବାସୀଙ୍କ ସହ ଦୀପାବଳୀ ପାଳନ କରିଛନ୍ତି ।

ଏ ସମ୍ପର୍କରେ ସୂଚନା ଦେଇ ସେ ନିଜର ସୋସିଆଲ ମିଡିଆ ହ୍ୟାଂଡେଲରେ ଲେଖିଛନ୍ତି, ଆଜି ପବିତ୍ର ଦୀପାବଳି ପର୍ବ ଅବସରରେ ମୁଁ ମୋର ଜନ୍ମମାଟି ରାଇକଳା ଗ୍ରାମରେ ନିଜ ପରିବାର ଓ ଗ୍ରାମବାସୀଙ୍କ ସହ ସାମିଲ୍ ହୋଇ ଅତ୍ୟନ୍ତ ଆନନ୍ଦ ଲାଭ କରିଲି । ଏହି ମାଟିର ମହାନ ସଂସ୍କୃତି , ପରମ୍ପରା ଓ ଆତ୍ମୀୟତା ମୋତେ ସର୍ବଦା ଶକ୍ତି ଓ ପ୍ରେରଣା ଯୋଗାଇଥାଏ। ପାରମ୍ପରିକ ରୀତିନୀତି ଅନୁସାରେ, ସମସ୍ତଙ୍କ ସହିତ ମାଦଳ ବଜାଇ ଉତ୍ସବ ପାଳିବା ମୋ ପାଇଁ ଏକ ଅନନ୍ୟ ଅନୁଭବ ଥିଲା। ଏ ପର୍ବ କେବଳ ଆଲୋକର ପର୍ବ ନୁହେଁ, ବରଂ ଆମ ସମୃଦ୍ଧ ସଂସ୍କୃତି, ଓଡ଼ିଆ ଅସ୍ମିତା ଏବଂ ପ୍ରକୃତି ପ୍ରତି ଆମର ଭକ୍ତିଭାବର ପ୍ରତୀକ। ଏହି ଶୁଭ ଦିନରେ, ମୁଁ ମା' କାଳୀ ଏବଂ ମା' ଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସମଗ୍ର ଓଡ଼ିଶାର ଜନଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ସମନ୍ୱୟର ଆଲୋକ ଭରିଯାଉ। ମୋର ଦୃଢ଼ ବିଶ୍ୱାସ ଯେ, ଆମେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ଏବଂ ଆମର ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେଇ ଏକ ନୂତନ, ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ନିଶ୍ଚିତ ଭାବରେ ଆଗକୁ ବଢ଼ିବା।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande