ସମାଜସେବୀ ଡ. ବିଶ୍ୱନାଥ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ବିଜେପିର ବରିଷ୍ଠ ନେତା ତଥା ସମାଜସେବୀ ଡ. ବିଶ୍ୱନାଥ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆମ ଦଳର ବରିଷ୍ଠ ନେତା ତଥା ସମାଜସେବୀ ଡ. ବିଶ୍ୱନାଥ ରଥଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ
ସମାଜସେବୀ ଡ. ବିଶ୍ୱନାଥ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ


ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ବିଜେପିର ବରିଷ୍ଠ ନେତା ତଥା ସମାଜସେବୀ ଡ. ବିଶ୍ୱନାଥ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି।

ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆମ ଦଳର ବରିଷ୍ଠ ନେତା ତଥା ସମାଜସେବୀ ଡ. ବିଶ୍ୱନାଥ ରଥଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଜଣେ ମିଷ୍ଟଭାଷୀ ତଥା ଉତ୍ସର୍ଗୀକୃତ କାର୍ଯ୍ୟକର୍ତା ଓ ନେତୃତ୍ୱ ଭାବରେ ସେ ଆମପାଇଁ ଚିର ସ୍ମରଣୀୟ ହୋଇ ରହିବେ।

ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande