ମହାରାଷ୍ଟ୍ରର ଧାରାଶିବରେ ଦୁଇଟି କାର ଧକ୍କାରେ ୪ ଜଣଙ୍କ ମୃତ୍ୟୁ, ୨ ଆହତ
ମୁମ୍ବାଇ, ୨୧ ଅକ୍ଟୋବର (ହି.ସ.) – ମଙ୍ଗଳବାର ସକାଳେ ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାର ଉମରଗା ତହସିଲର ସୋଲାପୁର-ହାଇଦ୍ରାବାଦ ରାଜପଥର ଦଳିମ୍ବ ଗାଁ ନିକଟରେ ଦୁଇଟି ମହଙ୍ଗା ବିଳାସପୂର୍ଣ୍ଣ କାର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଚାରିଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ଦୁଇଜଣ ଆହତ ହୋଇଛନ୍ତି । ଦୁଇ
ମହାରାଷ୍ଟ୍ରର ଧାରାଶିବରେ ଦୁଇଟି କାର ଧକ୍କାରେ ୪ ଜଣଙ୍କ ମୃତ୍ୟୁ, ୨ ଆହତ


ମୁମ୍ବାଇ, ୨୧ ଅକ୍ଟୋବର (ହି.ସ.) – ମଙ୍ଗଳବାର ସକାଳେ ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାର ଉମରଗା ତହସିଲର ସୋଲାପୁର-ହାଇଦ୍ରାବାଦ ରାଜପଥର ଦଳିମ୍ବ ଗାଁ ନିକଟରେ ଦୁଇଟି ମହଙ୍ଗା ବିଳାସପୂର୍ଣ୍ଣ କାର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଚାରିଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ଦୁଇଜଣ ଆହତ ହୋଇଛନ୍ତି । ଦୁଇଜଣ ଆହତଙ୍କ ଚିକିତ୍ସା ସୋଲାପୁରସ୍ଥିତ ସିଭିଲ ହସ୍ପିଟାଲରେ ଚାଲୁଅଛି । ସ୍ଥାନୀୟ ପୋଲିସ ଏହି ଘଟଣାର ଛାନଭିନ ଚଳାଇଛନ୍ତି । ଏହି ଘଟଣାରେ ତଦନ୍ତ କରୁଥିବା ପୋଲିସ ଅଧିକାରୀ କହିଛନ୍ତି ଯେ, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଚାରିଜଣ ବ୍ୟକ୍ତି ଆଜି ସକାଳ ଧାରାଶିବ ଜିଲ୍ଲାରୁ ଖାସମପୁର ବିଦରକୁ ଯାତ୍ରା କରୁଥିବା ବେଳେ ସାମନା ପଟରୁ ଆସୁଥିବା ଏକ କାର ତାଙ୍କୁ ଜୋରରେ ଧକ୍କା ଦେଇଥିଲା । ଏହି ଘଟଣାରେ ବିଡ଼ ଅଭିମୁଖେ ଯାଉଥିବା କାରରେ ଯାତ୍ରା କରୁଥିବା ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କାରରେ ଥିବା ଦୁଇଜଣ ଆହତ ହୋଇଛନ୍ତି ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଧାରାଶିବ ପୋଲିସ ଷ୍ଟେସନ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଂଚି ଚାରିଜଣ ମୃତକଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଥିଲେ ଏବଂ ଦୁଇ ଆହତଙ୍କୁ ସୋଲାପୁର ସିଭିଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏହି ଘଟଣାରେ ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ, ମାମଲାର ଛାନଭିନ୍ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande