କେନ୍ଦ୍ରାପଡା, ୨୧ ଅକ୍ଟୋବର (ହି.ସ.)- ସଂସ୍କୃତ ଭାରତୀ କେନ୍ଦ୍ରାପଡା ଶାଖା ତରଫରୁ ଭଗବାନ ଧନ୍ୱନ୍ତରୀ ଜୟନ୍ତୀ ଉତ୍ସବ କେନ୍ଦ୍ରାପଡା ପୈାରାଂଚଳ ସ୍ଥିତ ଈଶ୍ୱରପୁର ଗ୍ରାମର ବ୍ରହ୍ମ ଗୈାଡିୟ ସେବା ସଂସ୍ଥାନ ଭାଗବତ ଦାସ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଯୋଜକ ପଣ୍ଡିତ ହରେକୃଷ୍ଣ ପତି ସଭା ପ୍ରାରମ୍ଭରେ ବେଦ ପାଠ କରିଥିଲେ ଓ ଧନ୍ୱନ୍ତରୀ ଜୟନ୍ତୀ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଭଗବାନ ଧନ୍ୱନ୍ତରୀଙ୍କ ଆୟୁର୍ବେଦ ଶାସ୍ତ୍ରୁ ଅବଦାନ ସଂପର୍କରେ ମଠାଧିଶ ପଣ୍ଡିତ ସଚ୍ଚିଦାନନ୍ଦ ଦାସ ଗୋସ୍ୱାମୀ, ପଣ୍ଡିତ କୂଳମଣି ପଣ୍ଡା, ଶିକ୍ଷାବିତ୍ ମୁରଲୀଧର ପାତ୍ର, ପଣ୍ଡିତ ମାଧବଚନ୍ଦ୍ର ପତି ଆଲୋଚନା କରିଥିଲେ । ନୃସିଂହ ଚରଣ ତ୍ରିପାଠୀ ଆମ ଭାରତୀୟ ପରମ୍ପରା ରେ ଆୟୁର୍ବେଦର ଉପଯୋଗିତା ଓ ବୃକ୍ଷଲତା ମାନଙ୍କର ଔଷଧୀୟ ଗୁଣ ସଂପର୍କରେ ଆଲୋକାପତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ କୈଳାସ ଚନ୍ଦ୍ର ସ୍ୱାଇଁ, ରମାକାନ୍ତ ପତି, ଶିବାନନ୍ଦ ପ୍ରଧାନ, ନାରାୟଣ ପଣ୍ଡା, ବସନ୍ତ କୁମାର ପରିଡା, ମନମୋହନ ସାମଲ, ଅକ୍ଷୟ ନାୟକ, କ୍ଷିରୋଦ ସେନାପତି ପ୍ରମୁଖ ଯୋଗ ଦେଇଥିବା ବେଳେ ସହ ସଂଯୋଜକ ତପନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି