ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ, ଗାଁ ରେ ପାଳିଲେ କାଳୀ ପୂଜା
କେନ୍ଦୁଝର, ୨୧ ଅକ୍ଟୋବର (ହି.ସ.)- ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି ଅପରାହ୍ନ ୩ଟା୨୫ ମିନିଟରେ ରାଇକଳା ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ପହଞ୍ଚି ନିଜ ବାସଭବନକୁ ଯାଇଥିଲେ। ସେଠାରେ ରାତି ପର୍ଯ୍ୟନ୍ତ ରହିବା ସହ ଦୀପାବଳୀ ମନାଇ ସେଠାରୁ
ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ, ଗାଁ ରେ ପାଳିଲେ କାଳୀ ପୂଜା


କେନ୍ଦୁଝର, ୨୧ ଅକ୍ଟୋବର (ହି.ସ.)- ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି ଅପରାହ୍ନ ୩ଟା୨୫ ମିନିଟରେ ରାଇକଳା ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ପହଞ୍ଚି ନିଜ ବାସଭବନକୁ ଯାଇଥିଲେ। ସେଠାରେ ରାତି ପର୍ଯ୍ୟନ୍ତ ରହିବା ସହ ଦୀପାବଳୀ ମନାଇ ସେଠାରୁ ଫେରି ପ୍ରଦକ୍ଷଣ ଗୃହରେ ରାତ୍ରି ଯାପନ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଦିନ ୧୦ଟା ସମୟରେ ନିଜ ବାସଭବନ ଗସ୍ତରେ ଯାଇ ସେଠାର ନିଜ ବାସଭବନରେ ରୀତିନୀତି ଅନୁସାରେ କାଳୀ ପୂଜା କରିଥିଲେ।

ସନ୍ଧ୍ୟା ପର୍ଯ୍ୟନ୍ତ ରହିବାର କାର୍ଯ୍ୟକ୍ରମ ଥିବାବେଳେ ରାତ୍ରୀରେ ଫେରି ପ୍ରଦକ୍ଷଣ ଗୃହରେ ରାତ୍ରିଯାପନ କରିବେ। ଆସନ୍ତାକାଲି ବୁଧବାର ଦିନ ୧୨ଟା ୩୦ ମିନିଟରେ ଭୁବନେଶ୍ବର ଅଭିମୁଖେ ବାହାରି ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୂର୍ଣ ବ୍ୟକ୍ତିଗତ ଥିବା ତାଙ୍କ କାର୍ଯ୍ୟକ୍ରମ ସୂଚୀରେ ଦର୍ଶାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande