ମାଲକାନଗିରି, ୨୧ ଅକ୍ଟୋବର (ହି.ସ.)- ଆଜି ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ପ୍ରାଙ୍ଗଣରେ ପୋଲିସ ବିଭାଗ ପକ୍ଷରୁ “ସାଇବର ସୁରକ୍ଷା ଅଭିଯାନ” ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଧିକାରୀ ଓ ସାଧାରଣ ଲୋକ ଯୋଗଦେଇଥିଲେ। ଏମଭି ୭୯ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଲୋକମାନଙ୍କୁ ଅନଲାଇନ୍ ଠକେଇ, ଫେସବୁକ ଓ ହ୍ୱାଟସଅପ୍ ମାଧ୍ୟମରେ ହୋଉ ଥିବା ଠକେଇ, ଏବଂ ବ୍ୟାଙ୍କ ଫ୍ରଡ୍ରୁ ସତର୍କ ରହିବା ଉପରେ ଜଣାଇଥିଲେ। ସାଇବର ଅପରାଧ ବିଷୟରେ ସଚେତନତା ବଢ଼ାଇବା ଓ ସାଧାରଣ ଜନତାଙ୍କୁ ସୁରକ୍ଷିତ ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଅଧିକାରୀମାନେ ଲୋକଙ୍କୁ ବୁଝାଇଥିଲେ ଯେ, କୌଣସି ଅଜଣା ଲିଙ୍କ୍ ଉପରେ କ୍ଲିକ୍ ନ କରିବା, ବ୍ୟକ୍ତିଗତ ସୂଚନା ଅନଲାଇନ୍ରେ ଶେୟାର୍ ନ କରିବା ଓ ସନ୍ଦେହଜନକ କାର୍ଯ୍ୟ ହେଲେ ତାହା ପୋଲିସଙ୍କୁ ଜଣାଇବା ସହ ସାଇବର ହେଲ୍ପଲାଇନ୍ ନମ୍ବର ୧୯୩୦ ଓ ସାଇବର କ୍ରାଇମପୋର୍ଟାଲ୍ www.cybercrime.gov.in ଅବଗତ କରାଇବାକୁ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ସାଇବର ସୁରକ୍ଷା ପାଇଁ ସଂକଳ୍ପ ନେଇ ଅଭିଯାନକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ