ବଲାଙ୍ଗିର, ୨୧ ଅକ୍ଟୋବର (ହି.ସ.)- ବଲାଙ୍ଗିର ପଟନେଶ୍ୱରି ମନ୍ଦିରରେ ସେବାୟତ ମହେନ୍ଦ୍ର ଦିଶ୍ରିଙ୍କ ଉଦ୍ୟମ କ୍ରମେ ଚଳିତ ବର୍ଷ ମା ଦକ୍ଷିଣକାଳୀଙ୍କ ପୂଜା ବିଧି ବିଧାନ ଅନୁସାରେ ଗତକାଲି ଦୀପାବଳୀ ଅମାବାସ୍ୟା ତିଥିରେ ଅନୁଷ୍ଠିତ ହୋଇଛି। ଦିନ ୩ଟା ୪୫ ରେ କୁମ୍ଭାଧିବାସ ହୋଇଥିଲା ବେଳେ ରାତ୍ରୀରେ ମାଙ୍କ ପ୍ରାଣ ପ୍ରତିଷ୍ଠା, ଚକ୍ଷୁଦାନ, ମହାସ୍ନାନ ପୂଜନ ସପ୍ତଶତୀ ଚଣ୍ଡୀ ପାଠ, ହବାନ, ଆହୁତି, ଆଳତୀ, ପୁଷ୍ପାଞ୍ଜଳି ଇତ୍ୟାଦି ବିଧି ବିଧାନ ପୂଜକ ବିଶ୍ଵ ରଞ୍ଜନ ପଣ୍ଡାଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ସୁଶାନ୍ତ ଶତପଥୀ ଓ ଧର୍ମପତ୍ନୀ ଅନିତା ଶତପଥୀ କର୍ତ୍ତା ଭାବରେ କାର୍ଯ୍ୟ ତୁଲାଇଥିଲେ।୨୦ ତାରିଖ କାର୍ତ୍ତିକ ଶୁକ୍ଳ ପକ୍ଷ ସୋମବାର ଠାରୁ ତିନିଦିନ ପର୍ଯ୍ୟନ୍ତ ୨୨ ଅକ୍ଟୋବର କାର୍ତ୍ତିକ ଶୁକ୍ଳପକ୍ଷ ବୁଧବାର ଦିନ ପର୍ଯ୍ୟନ୍ତ ଚାଲିବ। ଆଗରୁ କାଳୀ ପୂଜା ତିଥିରେ ବିନା ମୂର୍ତ୍ତିରେ ହେଉଥିବା ବେଳେ ଚଳିତ ଥର ପ୍ରଥମ ଥର ମାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା କରାଯାଉଛି।।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ