ମା ଧନେଇ ସେବା ସଂଘ ପକ୍ଷରୁ ବୃକ୍ଷରୋପଣ ଓ ଶିକ୍ଷା ସାମଗ୍ରୀ ବଣ୍ଟନ
କେନ୍ଦୁଝର, ୨୧ ଅକ୍ଟୋବର (ହି.ସ.)- ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣା ବାନ୍ଧଗୋଡା ପଞ୍ଚାୟତର ନାନିକାବାହାଳୀ ଓ କୀର୍ତନପାଟିଆ ଆଦିବାସୀ ବସ୍ତିରେ ମା ଧନେଇ ସେବା ସଂଘ, କେନ୍ଦୁଝର ତରଫରୁ ଏକ ଉଦ୍ଦେଶ୍ୟପୂର୍ଣ୍ଣ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅଭିନବ ପଦକ୍ଷେପରେ ବୃକ୍ଷରୋପଣ ଏବଂ ସ୍ଥାନୀ
ମା ଧନେଇ ସେବା ସଂଘ ପକ୍ଷରୁ ବୃକ୍ଷରୋପଣ ଓ ଶିକ୍ଷା ସାମଗ୍ରୀ ବଣ୍ଟନ


କେନ୍ଦୁଝର, ୨୧ ଅକ୍ଟୋବର (ହି.ସ.)- ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣା ବାନ୍ଧଗୋଡା ପଞ୍ଚାୟତର ନାନିକାବାହାଳୀ ଓ କୀର୍ତନପାଟିଆ ଆଦିବାସୀ ବସ୍ତିରେ ମା ଧନେଇ ସେବା ସଂଘ, କେନ୍ଦୁଝର ତରଫରୁ ଏକ ଉଦ୍ଦେଶ୍ୟପୂର୍ଣ୍ଣ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅଭିନବ ପଦକ୍ଷେପରେ ବୃକ୍ଷରୋପଣ ଏବଂ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିଲା। ସମାଜ ସେବାର ଏହି ଅନୁଷ୍ଠାନର ସଦସ୍ୟମାନେ ନିଜ ହାତ ଖର୍ଚ୍ଚରୁ ଅର୍ଥ ସଂଗ୍ରହ କରି ବୃକ୍ଷରୋପଣ ଓ ଶିକ୍ଷାର ପ୍ରସାର ଭଳି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକୁ ଆଗେଇ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ରପୁର ଥାନା ଇନ୍ସପେକ୍ଟର ଶାନ୍ତନୁ କୁମାର ଜେନା, ରାମଚନ୍ଦ୍ରପୁର ବନପାଳ କେଦାର ପାତ୍ର, ପୁରୁଣା ବାନ୍ଧଗୋଡା ସରପଞ୍ଚ ସୁଧାରାଣୀ ଧୂର ଟାଟା ଆସ୍କୁଲ୍ ୟାର ଏବଂ ବ୍ଲକ ସଂଯୋଜକ ସୁଦର୍ଶନ ପ୍ରଧାନ ଯୋଗଦାନ କରି ଏହି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକୁ ସଫଳ କରିଥିଲେ। ମା ଧନେଇ ସେବା ସଂଘ କେନ୍ଦୁଝର । ଏକ ନିଃସ୍ବାର୍ଥ ସାମାଜିକ ସଂଗଠନ ଭାବରେ ରକ୍ତଦାନ, ଅଙ୍ଗଦାନ, ଗରିବ ଓ ଅସହାୟଙ୍କୁ ଆର୍ଥିକ ସହାୟତା, ବୃକ୍ଷରୋପଣ ଓ ଗ୍ରାମ ସଫେଇ ଭଳି କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି । ସେବା କାର୍ଯ୍ୟକ୍ରମରେ ୧୫୦ରୁ ଅଧିକ ସଦସ୍ୟଙ୍କ ସକ୍ରିୟ ଯୋଗଦାନ ସମାଜିକ ଏକତା ଓ ସେବା ଭାବନାକୁ ପ୍ରତିଫଳିତ କରିଛି। ପରିବେଶ ସୁରକ୍ଷା ଏବଂ ଶିକ୍ଷାର ପ୍ରସାର ଭଳି ଦୁଇଟି ମୌଳିକ ଆବଶ୍ୟକତାକୁ ଏକତ୍ରିତ କରି ମା ଧନେଇ ସେବା ସଂଘ ସମାଜର ବିକାଶ ପାଇଁ ଏକ ଅନୁକରଣୀୟ ଦାନ ଶେଷ କରିଛି। ଏହି ପଦକ୍ଷେପ ସ୍ଥାନୀୟ ଆଦିବାସୀ ସମୁଦାୟଙ୍କ ମଧ୍ୟରେ ଉଲ୍ଲାସ ଓ ଉତ୍ସାହର ସୃଷ୍ଟି କରିଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande