ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତିର ନିଆରା ଦୀପାବଳୀ ପାଳନ : ମିଠା ବାଣ୍ଟିଲେ, ଗୀତ ନାଚ କଲେ - ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟାଇଲେ
ସୁବର୍ଣ୍ଣପୁର, ୨୧ ଅକ୍ଟୋବର (ହି.ସ.)- ସୁବର୍ଣ୍ଣପୁର ବଡ଼ ଝିଙ୍କି ସ୍ଥିତ ମହିମା ବରିଷ୍ଟ ନାଗରିକ ଆଶ୍ରମରେ ଏକ ନିଆରା ଓ ନିରାଡମ୍ବର ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି l ସଭାପତି ଗୋପାଳ ନେଗି ଙ୍କ ପରାମର୍ଶ ତଥା ଉପଦେଷ୍ଟା ପ୍ରସନ୍ନ କର୍ଣ୍ଣଙ୍କ ତତ୍ଵାବଧାନରେ ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି, ମ
ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ର ନିଆରା ଦୀପାବଳୀ ପାଳନ*ମିଠା ବାଣ୍ଟିଲେ ଗୀତ ନାଚ କଲେ - ବରିଷ୍ଠ ନାଗରିକ ଙ୍କ ମୁହଁ ରେ ହସ ଫୁଟାଇଲେ


ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ର ନିଆରା ଦୀପାବଳୀ ପାଳନ*ମିଠା ବାଣ୍ଟିଲେ ଗୀତ ନାଚ କଲେ - ବରିଷ୍ଠ ନାଗରିକ ଙ୍କ ମୁହଁ ରେ ହସ ଫୁଟାଇଲେ


ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ର ନିଆରା ଦୀପାବଳୀ ପାଳନ*ମିଠା ବାଣ୍ଟିଲେ ଗୀତ ନାଚ କଲେ - ବରିଷ୍ଠ ନାଗରିକ ଙ୍କ ମୁହଁ ରେ ହସ ଫୁଟାଇଲେ


ସୁବର୍ଣ୍ଣପୁର, ୨୧ ଅକ୍ଟୋବର (ହି.ସ.)- ସୁବର୍ଣ୍ଣପୁର ବଡ଼ ଝିଙ୍କି ସ୍ଥିତ ମହିମା ବରିଷ୍ଟ ନାଗରିକ ଆଶ୍ରମରେ ଏକ ନିଆରା ଓ ନିରାଡମ୍ବର ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି l ସଭାପତି ଗୋପାଳ ନେଗି ଙ୍କ ପରାମର୍ଶ ତଥା ଉପଦେଷ୍ଟା ପ୍ରସନ୍ନ କର୍ଣ୍ଣଙ୍କ ତତ୍ଵାବଧାନରେ ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି, ମହିଳା ଯୋଗ ସମିତିର ମିଳିତ ପ୍ରୟାସରେ ମହିମା ବରିଷ୍ଠ ନାଗରିକ (ଜରାଶ୍ରମ )ର ଅନ୍ତେବାସୀଙ୍କ ସହ ମିଠା, ଫଳ ଓ ସୁସ୍ୱାଦୁ ଖାଦ୍ୟ ଖାଇବା ସହ ଗୀତ ନାଚ କରି ଖୁବ ମଜା ନେଇଥିଲେ । ଦୀପାବଳି ଆଲୋକର ପର୍ବ ହୋଇ ଥିବାରୁ ଆଶ୍ରମ କ୍ୟାମ୍ପସରେ ପାରମ୍ପରିକ କେବଳ ଝିର୍ ଝିରି, କୁମ୍ପି ଲଗା ଯାଇଥିଲା l ଓ ଗୀତିକାର ବିଶିଷ୍ଟ କଣ୍ଠଶିଳ୍ପୀ ପୁରନ୍ଦର ଠେଲାଙ୍କ *ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର ଜୀବନ* *କେରି କେରି ସୁନା ଦୁବ* ନୃତ୍ୟ ଓ ଗୀତ ର ତାଳେ ତାଳେ ନାଚି ନାଚି ବେଶ ମଜା ନେଇଥିଲେ ବୃଦ୍ଧ ବୃଦ୍ଧା ବାପା ମାଆ ।

ଏହି କାର୍ଯ୍ୟକ୍ରମରେ ଯୋଗ ଗୁରୁ ମନୋଜ ପଣ୍ଡା, ସଂପାଦକ ଶ୍ରୀବନ୍ତ ମିଶ୍ରଙ୍କ ସହ ମାତା ଯୋଶବନ୍ତି ମିଶ୍ର, କାଁହୁ ସାହୁ, ରୁଦ୍ରାକ୍ଷ୍ୟ ସାହୁ, ଉମାକାନ୍ତ ମେହେର, ଅନିତା ମେହେର,ପିଣ୍ଟୁ ରଥ,ଯୋଗୀ ଦେବ ରଞ୍ଜନ ତ୍ରିପାଠୀ, ଶିବ ଶଙ୍କର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ୍ ଥିଲେ । ସମାଜସେବୀ ରବିନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ସହର ସାରା ବାଣ ଫଟକା ଫୁଟାଇ ଧୁମ ଧାମରେ ଦୀପାବଳୀ ଉତ୍ସବ ପାଳନ କରିଥିବା ଓ ଶବ୍ଦ, ବାୟୁ, ଜଳ ଓ ସମଗ୍ର ପରିବେଶକୁ ପ୍ରଦୂଷଣ କରୁଥିବା ବେଳେ ଫରେଷ୍ଟ ସ୍ମାର୍ଟ ପାର୍କ ର ଏ ଯୋଗ ସାଧକ ମାନେ କିନ୍ତୁ ମହିମା ବରିଷ୍ଠ ନାଗରିକ ସେବାଶ୍ରମର ବୃଦ୍ଧ ବୃଦ୍ଧା ବାପା ମାଆ ଙ୍କ ସହିତ ନିରାଡମ୍ବର ଭାବରେ ଦୀପାବଳୀ ଉତ୍ସବ ପାଳନ କରି ଖୁବ ଆତ୍ମ ସନ୍ତୋଷ ଲାଭ କରିଛନ୍ତି l ଏବଂ ସ୍ଵଚ୍ଛ, ଶାନ୍ତ, ସବୁଜ ଓ ପ୍ରଦୂଷଣ ମୁକ୍ତ ର ଏକ ସଚେତନତାର ବାର୍ତ୍ତା ପହଞ୍ଚାଇଛନ୍ତି ସାରା ସମାଜକୁ ବୋଲି ବୁଦ୍ଧିଜୀବି ମହଲରେ ଓ ପ୍ରଶାସନିକ ସ୍ତରରେ ପ୍ରଶଂସା କରାଯାଇଛି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande