ବଲାଙ୍ଗିର, ୨୧ ଅକ୍ଟୋବର (ହି.ସ.)- ବଲାଙ୍ଗିର ମ୍ୟୁନିସିପାଲଟି ର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଅଧ୍ୟକ୍ଷତାରେ ବଲାଙ୍ଗୀର ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସବୁ ବର୍ଷ ପରି ଏଥର ମଧ୍ୟ ବଲାଙ୍ଗିର ଦିନ ସରସ ସୁନ୍ଦର ଓ ସହରର ସମସ୍ତ ପଡାରୁ ସାଂସ୍କୃତିକ ଶୋଭାଯାତ୍ରାରୁ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଏବଂ ୨୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ସମସ୍ତ ପ୍ରତିଯୋଗିତାରେ କାଉନସିଲର ସମସ୍ତ ସଦସ୍ୟ ତଥା ସମସ୍ତ ବଲାଙ୍ଗୀର ବାସୀ ସାମିଲ ହେବାକୁ ବଲାଙ୍ଗୀର ଦିନ ଆୟୋଜନ କମିଟି ପକ୍ଷରୁ ନିବେଦନ କରାଯାଇଛି ଏବଂ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ବୈଠକରେ ପ୍ରତାପ ରଥ, ଲୋଟସ ଷଡ଼ଙ୍ଗୀ,ବିଦୁ ଭୁଷଣ ତ୍ରିପାଠୀ, ଦିନେଶ ଶର୍ମା, ଗୋପାଳ ପ୍ରଧାନ, ସରିତା ଦାସ,ପଙ୍କଜିନି ପଣ୍ଡା ,ବିନୋଦ କୁମାର କାଲସାଏ, ଶତୃଘ୍ନ ବାଗ, ଲଲାଟେନ୍ଦୁ ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ମିଶ୍ର,ସତ୍ୟ ନାଏକ,ପ୍ରବିଣ ରଥ, ଦିପକ ପଣ୍ଡା,ସୁଦିପ ସାହୁ,ସାନ୍ତୁନୁ କୁମାର ଡେଭିଡ,ସଚିତାନନ୍ଦ ମହାପାତ୍ର, କିଶୋର କୁମାର କୁମ୍ଭାର, ପ୍ରତିମା ଛତ୍ରିଆ, ନନ୍ଦିନୀ ପୋଡ଼, ପିଙ୍କି କବାଟ, ପ୍ରବିଣ କୁଅଁର, ପ୍ରଶାନ୍ତ ନାଏକ, ସଞ୍ଜୟ କୁମାର ନାଗ । କାର୍ଯ୍ୟକ୍ରମକୁ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ପରିଚାଳନା କରିଥିବା ବେଳେ ଶେଷରେ ଉପାଧ୍ୟକ୍ଷା ସୁଶ୍ରୀ ଗାୟିତ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ