କେନ୍ଦ୍ରାପଡା, ୨୧ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ପୌରସଂସ୍ଥା ଦୃଷ୍ଟିବ।ଧିତ ବିଦ୍ୟାଳୟରେ ଜିଲ୍ଲାପାଳ ରଘୁରାମ୍ ଆର୍ ଆୟ।ର ଭିନ୍ନକ୍ଷମ ପିଲାମାନଙ୍କ ଗହଣରେ ଆଲୋକର ପର୍ବ ଦୀପାବଳୀ ପାଳନ କରିଥିଲେ। ଦୀପ ପ୍ରଜ୍ବଳନ କରି ଦୀପାବଳୀ ପାଳନର ମହତ୍ତ୍ୱ ବିଷୟରେ ଆଲୋଚନା କରିବା ସହ ଅଜ୍ଞାନ ରୂପକ ଅମା ଅନ୍ଧକାରରୁ ଜ୍ଞାନରେ ଆଲୋକିତ କରି ସମାଜରେ ସୁଖ ଶାନ୍ତି ଭରି ଦେବାକୁ ପରାମର୍ଶ ଦେଇଥିଲେ। ଇତ୍ୟବସରରେ ୬୦ଜଣ ଦୃଷ୍ଟିବାଧିତ, ମାନସିକ ଅନଗ୍ରସର ଓ ଶ୍ରବଣ ବ।ଧିତ ଛାତ୍ର ଛାତ୍ରୀମାନଙ୍କୁ ଜିଲ୍ଲାପାଳ ମିଷ୍ଟାନ୍ନ, ବ।ଣ ଓ ଶିକ୍ଷା ଉପକରଣ ବଣ୍ଟନ କରିଥଲେ।
ପ୍ରଧାନ ଶିକ୍ଷକ ସ୍ୱପ୍ନ।ଶୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ଯୋଗଦେଇ ଅଲୋକର ପର୍ବ ଦୀପାବଳୀ ସମସ୍ତଙ୍କ ଭବିଷ୍ୟତ ଉଜ୍ଜଳମୟ କରୁ ବୋଲି କାମନା କରିଥିଲେ। ସହକାରୀ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ଦାସ, ଅରୁଣ କୁମାର ବେହେରା, ବଟକୃଷ୍ଣ ବାରିକ୍, ସୋନାଲିକା ସ୍ୱାଇଁ, ଭରତ କୁମାର ସାହୁ ସସ୍ମିତା ରାଉତ, ସୁକାନ୍ତ କର, ସେକ୍ ସୁଦିନ, ସୌରି ସେଠି, ଅରୁଣ କୁମାର ଦାସ, ମହେନ୍ଦ୍ର ସିଂହ, ମାନିନୀ ବେହେରା,ମନୋଜ ବେହେରା, ଗୀତାଞ୍ଜଳି ଦାସ ପ୍ରମୁଖ ସହଯୋଗ କରିଥିଲେ। କଜଳ। ସ୍ଥିତ ନିମାଇଁ ଚରଣ ମାନସିକ ଅନଗ୍ରସର ବିଦ୍ୟାଳୟ, ଦାଧିବ।ମନ ଜୀଉ ବଧିର ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି