ଦାନ୍ତିଆରେ ରୋମାଞ୍ଚକର ଫୁଟବଲ୍ ଫାଇନାଲ : ଧଳିଆପସି ବିଜୟୀ ହୋଇ ଚାମ୍ପିୟନ୍
କେନ୍ଦୁଝର, ୨୧ ଅକ୍ଟୋବର (ହି.ସ.)- ଘସିପୁରା ବ୍ଲକର ଦାନ୍ତିଆ ଗ୍ରାମରେ ମା ଲକ୍ଷ୍ମୀ କ୍ଲବ୍ ଆୟୋଜିତ ୧୫ତମ ଜିତେନ୍ଦ୍ର ମେମୋରିଆଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇ ଧଳିଆପଶି ଏକାଦ ଦଳଟି ଚାମ୍ପିଅନ୍ ହେବାର ଗୌରବ ହାସଲ କରିଛି। ସ୍ବର୍ଗତ ଜିତେନ୍ଦ୍ର ସ୍ବାଇଁଙ୍କ
ଦାନ୍ତିଆରେ ରୋମାଞ୍ଚକର ଫୁଟବଲ୍ ଫାଇନାଲ : ଧଳିଆପସି ବିଜୟୀ ହୋଇ ଚାମ୍ପିୟନ୍


କେନ୍ଦୁଝର, ୨୧ ଅକ୍ଟୋବର (ହି.ସ.)- ଘସିପୁରା ବ୍ଲକର ଦାନ୍ତିଆ ଗ୍ରାମରେ ମା ଲକ୍ଷ୍ମୀ କ୍ଲବ୍ ଆୟୋଜିତ ୧୫ତମ ଜିତେନ୍ଦ୍ର ମେମୋରିଆଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇ ଧଳିଆପଶି ଏକାଦ ଦଳଟି ଚାମ୍ପିଅନ୍ ହେବାର ଗୌରବ ହାସଲ କରିଛି। ସ୍ବର୍ଗତ ଜିତେନ୍ଦ୍ର ସ୍ବାଇଁଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ବାର୍ଷିକ ଟୁର୍ଣ୍ଣାମେଣ୍ଟଟ ଫାଇନାଲ୍ ଧଳିଆପଶି ଏକାଦଶ ବ୍ରାହ୍ମଣୀପାଳ ଏକାଦଶକୁ ୨-୦ ଗୋଲ୍ ପରାସ୍ତ କରି ବିଜୟୀ ହୋଇଛି। ପ୍ରଥମ ଅଦ୍ଧରେ ଦୁଇଟି ଗୋଲ୍ ସଫଳତାର ସହ କରିଥୂବ ଧଳିଆପଶି ଦଳଟି ଦ୍ବିତୀୟ ଅଦ୍ଧରେ ବ୍ରାହ୍ମଣୀପାଳର ଜୋରଦାର ଆକ୍ରମଣକୁ ସଫଳତାର ସହ ରୋକିବାରେ ସଫଳ ହୋଇ ହାଇଥିଲା। ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପୃଥୁରାଜ୍ କୁଅଁର ଯୋଗଦେଇ ବିଜୟୀ ଦଳକୁ ଚାମ୍ପିଅନ୍ ଟ୍ରଫୀ ପ୍ରଦାନ କରିଥିଲେ। ଏହି ଅବସରରେ ସେ ଯୁବକମାନଙ୍କୁ ଗ୍ରାମାଞ୍ଚଳରେ ଫୁଟବଲ୍ ଖେଳର ବିକାଶ କରିବା ଏବଂ ଗ୍ରାମର ପରିବେଶ ଓ ଭାଇଚାରା ବଜାୟ ରଖୁବା ପାଇଁ ଆହ୍ୱାନ ଦେଇଥିଲେ। ସେ ଅଶାନ୍ତିକର ପରିବେଶ ସୃଷ୍ଟି କରୁଥିବା ଏବଂ ଯୁବସମାଜକୁ ପଥଭ୍ରଷ୍ଟ କରୁଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀ ଯଜ୍ଞ ପ୍ରସାଦ ସାହୁ ଏବଂ କେନ୍ଦୁଝର ବିଜେପି ସମ୍ପାଦକ ଶ୍ରୀ ଦୀପକ୍ ଜେନା ସମ୍ମାନିତ ଅତିଥ୍‌ ଭାବରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଦିବାକର ସ୍ବାଇଁ, ତରଣି ସେନ୍ ରାଉତ, କିଶୋର ରାଉଡ୍, ଦୁର୍ଯ୍ୟୋଧନ ପଣ୍ଡା, ଭ୍ରମରବର ରାଉତ୍, ବିଭୂତି ଭୁଷଣ ମଲ୍ଲିକ ଏବଂ ହରିହର ଦାସଙ୍କୁ ସମ୍ବଦ୍ଧନା ଜଣାଯାଇଥିଲା। ଗ୍ରାମର ଅନେକ ଯୁବକ ଏବଂ ସ୍ଥାନୀୟ ବାସିନ୍ଦା ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ପରିଚାଳନା ଏବଂ ସହଯୋଗ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଆଠଟି ଦଳ ଭାଗ ନେଇଥିଲେ।

ଗ୍ରାମର ସୁବଳ ସନାତନ ସ୍ବାଇଁ, ପବିତ୍ର ସ୍ବାଇଁ, ସରୋଜ ମଲ୍ଲିକ, ପ୍ରଦୀପ ମଲ୍ଲିକ, ଦୁର୍ଯ୍ୟୋଧନ ମଲ୍ଲିକ, ବଙ୍କିମ ମଲ୍ଲିକ, ଆଶିଷ ମଲ୍ଲିକ, ତୋଫାନ ମନ୍ଦିକ, କୋଲ୍ଡ ମଳିକ, ଦୀପକ ମଲିକ, ଧର୍ମରାଜ୍ ମଲ୍ଲିକ, ଅଙ୍ଗଦ ମଲ୍ଲିକ, କିଶନ ମଲ୍ଲିକ, ବିଷ୍ଣୁ ମଲ୍ଲିକ, ପ୍ରଭାତ ମଲ୍ଲିକ, କହ୍ନେଇ ଜେନା, ସୂର୍ଯ୍ୟମଣି ଜେନା, ଶ୍ୟାମସୁନ୍ଦର ଦାସ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ ଏବଂ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande