ନୂଆଦିଲ୍ଲୀ, ଅକ୍ଟୋବର 21 (ହି.ସ)- ଦୀପାବଳିର ପରଦିନ ଆଜି ଘରୋଇ ସୁନା ବଜାରରେ ସୁନା
ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ରୂପା ମୂଲ୍ୟ ଅପରିବର୍ତ୍ତିତ ରହିଛି। ଏହି ମୂଲ୍ୟ ହ୍ରାସ ଯୋଗୁଁଦେଶର ଅଧିକାଂଶ
ସୁନା ବଜାରରେ 24 କ୍ୟାରେଟ୍ ସୁନା ଆଜି ₹130,680 ଟଙ୍କାରୁ ନେଇ ₹130,830ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ କାରବାର ହେଉଛି। ସେହିପରି 22 କ୍ୟାରେଟ୍ ସୁନା ଆଜି
₹119,790 ଟଙ୍କାରୁ ନେଇ ₹119,940 ପ୍ରତି 10 ଗ୍ରାମ ସ୍ତରରେ ବିକ୍ରି ହେଉଛି। ରୂପା ମୂଲ୍ୟ ଅପରିବର୍ତ୍ତିତ ରହିଛିକାରଣ ଏହି ଚମକଦାର ଧାତୁ
ଦିଲ୍ଲୀ ସୁନା ବଜାରରେ ଆଜି ମଧ୍ୟ ₹171,900ଟଙ୍କା ପ୍ରତି
କିଲୋଗ୍ରାମ ସ୍ତରରେ ବିକ୍ରି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା