ଡେରାଡୁନ, ୨୦ ଅକ୍ଟୋବର(ହି.ସ.) – ରାଜ୍ୟପାଳ ଲେପ୍ଟନେଂଟ ଜେନେରାଲ ଗୁରମୀତ ସିଂହ(ସେ.ନି.) ମଙ୍ଗଳବାର ଦିନ କେଦାରନାଥ ଏବଂ ବଦରୀନାଥ ଧାମ ପହଂଚିଛନ୍ତି। ରାଜ୍ୟପାଳ ପ୍ରଥମେ ବାବା କେଦାରଙ୍କ ଦର୍ଶନ କରି ରୁଦ୍ରାଭିଷେକ କରିଥିଲେ। ଏହାପରେ ରାଜ୍ୟପାଳ ବଦରୀନାଥ ଧାମ ପହଂଚି ବାବା ବଦରୀ ବିଶାଲଙ୍କ ଦର୍ଶନ କରିଥିଲେ। ଏବଂ ବିଶେଷ ପୂଜା କରିଥିଲେ। ରାଜ୍ୟପାଳ ବିଶ୍ୱକଲ୍ୟାଣ, ମାନବତାର ସମୃଦ୍ଧି ଏବଂ ଉତରାଖଣ୍ଡର ସତତ ବିକାଶ ପାଇଁ ଆଶୀର୍ବାଦ ମାଗିଥିଲେ।
ରାଜ୍ୟପାଳ ଗୁରମିତ ସିଂହ ମଙ୍ଗଳବାର ସକାଳ ୮.୪୫ କେଦାରନାଥ ଧାମ ପହଂଚିବାରେ ଅପର ଜିଲ୍ଲାଧିକାରୀ ଶ୍ୟାମ ସିଂହ ରାଣା ଏବଂ ମୁଖ୍ୟ ବିକାଶ ଅଧିକାରୀ ରାଜେନ୍ଦ୍ର ସିଂହ ରାୱତ ହେଲିପ୍ୟାଡରେ ତାଙ୍କର ସ୍ୱାଗତ କରିଛନ୍ତି। ରାଜ୍ୟପାଳ ଭଗବାନ କେଦାରନାଥଙ୍କ ଅଭିଷେକ, ପୂଜା-ଅର୍ଚ୍ଚନା କରିଥିଲେ ଏବଂ ମାନବ କଲ୍ୟାଣ ଏବଂ ରାଜ୍ୟର ଉନ୍ନତିର ମାନସିକ ମାଗିଛନ୍ତି। ଏଠାରେ ରାଜ୍ୟପାଳ କହିଛନ୍ତି ଯେ କେଦାରଘାଟିର ପ୍ରତ୍ୟେକ କଣ ଶିବମୟ ଅଟେ। ଏଠାର ପର୍ବତରେ ଭଗବାନ ଶିବଙ୍କ ଉପସ୍ଥିତିର ଅନୁଭବ ହୁଏ। ଏହି ପବିତ୍ର ଭୂମିରେ ପାଦ ରଖିବା ମନ ଧ୍ୟାନମଗ୍ନ ହୋଇଯାଏ। ପୂଜା ପରେ ରାଜ୍ୟପାଳ ମନ୍ଦିର ପରିସରେ ଶ୍ରଦ୍ଧାଳୁଙ୍କ ଅଭିବାଦନ କରିଥିଲେ ଏବଂ ବାବାଙ୍କ ଜୟକାର ଲଗାଇଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି