୮୮ ବର୍ଷରେ ପହଞ୍ଚିଲା ଗୁଲନଗର କାଳୀପୂଜା
କେନ୍ଦ୍ରାପଡ଼ା, ୨୧ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ଗୁଲନଗର ପଞ୍ଚାୟତର ଗୁଲନଗର ଗ୍ରାମରେ ଦୀର୍ଘ ୮୮ବର୍ଷ ହେବ ମା’ ଦକ୍ଷିଣ କାଳୀଙ୍କର ମୂର୍ତ୍ତୀ ପୂଜାପାଇ ଆସୁଛନ୍ତି । ପ୍ରବାଦ ଅଛି ୧୯୩୭ ମସିହାରେ ଯେତେବେଳେ ଏହି ଅଞ୍ଚଳରେ ମହାମାରୀ ହଇଜା ବ୍ୟାପିଲା ଲୋକମାନେ ଭୟଭିତ ହୋଇପଡିଥିଲେ ।
୮୮ ବର୍ଷରେ ପହଞ୍ଚିଲା ଗୁଲନଗର କାଳୀପୂଜା


କେନ୍ଦ୍ରାପଡ଼ା, ୨୧ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ଗୁଲନଗର ପଞ୍ଚାୟତର ଗୁଲନଗର ଗ୍ରାମରେ ଦୀର୍ଘ ୮୮ବର୍ଷ ହେବ ମା’ ଦକ୍ଷିଣ କାଳୀଙ୍କର ମୂର୍ତ୍ତୀ ପୂଜାପାଇ ଆସୁଛନ୍ତି । ପ୍ରବାଦ ଅଛି ୧୯୩୭ ମସିହାରେ ଯେତେବେଳେ ଏହି ଅଞ୍ଚଳରେ ମହାମାରୀ ହଇଜା ବ୍ୟାପିଲା ଲୋକମାନେ ଭୟଭିତ ହୋଇପଡିଥିଲେ । ଏହାର ପ୍ରତିକାର ପାଇଁ ଗୁଲନଗର ଗ୍ରାମର କାଳୀ ସାଧକ କହ୍ନାଇ ଚରଣ ଚକ୍ରବର୍ତ୍ତୀଙ୍କ ତତ୍ତ୍ୱାବଧାନରେ ସୁଦର୍ଶନ ଚକ୍ରବର୍ତ୍ତି, କୃତିବାସ ସାହୁ, ଇଶ୍ୱର ପୃଷ୍ଟି, ନିତ୍ୟାନନ୍ଦ ମହାରଣା, ପୂର୍ଣ୍ଣ ଚନ୍ଦ୍ର କର, ଜଳଧର କର, ଓ ଗ୍ରାମବାସୀଙ୍କ ସହଯୋଗରେ କାଳୀପୂଜା ବିଧିବଦ୍ଧ ଭାବେ ଆରମ୍ଭ କରିଥିଲେ । ପ୍ରତି ବର୍ଷ ଇଚ୍ଛାପୁରର ଗୋପିମିସ୍ତ୍ରୀ ଏହି ମୂର୍ତ୍ତୀ କରିଆସୁଥିଲେ । ବର୍ତ୍ତମାନ ତାଙ୍କର ମୃତ୍ୟୁ ପରେ ତାଙ୍କ ପୁତ୍ର ଏହି ମୂର୍ତ୍ତୀ କରୁଛନ୍ତି । ୧୯୯୫ ମସିହାରେ କାହ୍ନାଇ ଚରଣ ଚକ୍ରବର୍ତ୍ତୀଙ୍କର ଦେହାନ୍ତ ପରେ ବର୍ତ୍ତମାନ ତାଙ୍କ ପୁତ୍ର ଭଗବତୀ ଚରଣ ଚକ୍ରବର୍ତ୍ତୀ ସେହି କାଳୀପୂଜା କରିଆସୁଛନ୍ତି । ଅମାବାସ୍ୟା ଠାରୁ ୫ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଛି । ସନ୍ତୋଷ ଚକ୍ରବର୍ତ୍ତିର୍, ଜୟନ୍ତ ଚକ୍ରବର୍ତ୍ତି, ମନମଥ ଚକ୍ରବର୍ତ୍ତି ଓ ଗ୍ରାମବାସୀମାନେ କାଳୀ ପୂଜାରେ ସହାୟତା କରିଥାନ୍ତି । ଏହି ସମୟ ମଧ୍ୟରେ ଗୁଲନଗର ଗ୍ରାମବାସୀଙ୍କ ସହାୟତାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପାଲା, ଭଜନ ଓ ସ୍ଥାନୀୟ ଗୋବିନ୍ଦ ଜୀୟୁ ଡ୍ରାମାଟିକ କ୍ଲବର କଳାକାରମାନଙ୍କ ଦ୍ୱାରା ନାଟକ ପରିବେଷଣ କରାଯାଉଛି । ଏହି ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ସହର ଓ ପୁରପଲ୍ଲୀରୁ ବହୁ ଦର୍ଶକ ଆସିଥାନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande