ମହାସଂସ୍କୃତିର ଜାଗରଣ ଯାତ୍ରା ନିମନ୍ତେ ପ୍ରଚାର ସମିତିର ପ୍ରସ୍ତୁତି ବୈଠକ
ଭଦ୍ରକ, ୨୧ ଅକ୍ଟୋବର (ହି.ସ.) - ଭଦ୍ରକର ପ୍ରସିଦ୍ଧ ମା’କାଳୀପୂଜା ଉପଲକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ମହାସଂସ୍କୃତିର ଜାଗରଣ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭଦ୍ରକସ୍ଥ ଶ୍ରୀବାଲଗୋପାଲ ମନ୍ଦିର ପରିସରରେ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗୀର
JAGARANA YATRA PRACHAR SAMITI


ଭଦ୍ରକ, ୨୧ ଅକ୍ଟୋବର (ହି.ସ.) - ଭଦ୍ରକର ପ୍ରସିଦ୍ଧ ମା’କାଳୀପୂଜା ଉପଲକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ମହାସଂସ୍କୃତିର ଜାଗରଣ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭଦ୍ରକସ୍ଥ ଶ୍ରୀବାଲଗୋପାଲ ମନ୍ଦିର ପରିସରରେ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗୀରଥି ନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆସନ୍ତା ତା ୨୨/୧୦/୨୫ରିଖ ଠାରୁ ତା ୨୭/୧୦/୨୦୨୫ରିଖ ପର୍ଯ୍ୟନ୍ତ ଛଅ ଦିନ ବ୍ୟାପି ଦିବା ୧୦ ଘଟିକାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ଭଦ୍ରକ ଚରମ୍ପା ରେଲୱେ ଷ୍ଟେସନ ନିକଟ ଏକ ଅସ୍ଥାୟୀ ଶ୍ରୀଜଗନ୍ନାଥ ମଣ୍ଡପରେ ଗୀତା, ଭାଗବତ ପଠନ, ସଂକୀର୍ତନ କଳାକାରଙ୍କ ଦ୍ୱାରା ସଂକୀର୍ତ୍ତନ ପରିବେଷଣ, ଭଜନ, ପ୍ରବଚନ ଭାବବିନିମୟ କାର୍ଯ୍ୟକ୍ରମ ଓ ଆଧ୍ୟାତ୍ମିକ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଉତରଦାତାଙ୍କୁ ଶେଷରେ ସମ୍ମାନିତ କରାଯିବ। ସନ୍ଧ୍ୟା ଅଧିବେଶନରେ ପ୍ରତ୍ୟେହ ଆଧ୍ୟାତ୍ମିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି। ଏହି ଆଧ୍ୟାତ୍ମିକ ସଭାରେ ଭଦ୍ରକର ମାନ୍ୟବର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଭଦ୍ରକର ବିଧାୟକ, ସାଂସଦ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ମହୋଦୟଙ୍କୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି। ଏଥିରେ ସମ୍ମାନୀତ ଅତିଥି ଓ ବକ୍ତା ଭାବରେ ବହୁ ସାହିତ୍ୟିକ, ଗବେଷକ, ସମାଜସେବୀ ଓ ଶ୍ରୀଜଗନ୍ନାଥ ପ୍ରେମୀ ବିଶିଷ୍ଟ ବିଦ୍ୱାନଗଣଙ୍କୁ ଯୋଗଦାନ କରିବାକୁ ଅନୁରୋଧ କରିଅଛୁ। ଏହି ବୈଠକରେ ସର୍ବଶ୍ରୀ ସନ୍ତୋଷ କୁମାର ଦାଶ, ଶରତ ଚନ୍ଦ୍ର ମହାନ୍ତି, କାଶିନାଥ ପଣ୍ଡା, ସନେଇ ଶିଅଳ, ଦୁଃଶାସନ ମହାନ୍ତି, ପଦ୍ମଲୋଚନ ମହାପାତ୍ର, ଡ଼. ନିତ୍ୟାନନ୍ଦ ମିଶ୍ର, ଡ଼ା. ଅନିଲ କୁମାର ଦାସ, କୃପାସିନ୍ଧୁ ନାୟକ, ବଳରାମ ମହାନ୍ତି, ଲକ୍ଷ୍ମୀଧର ଖଟୁଆ, ପ୍ରବୋଧ କୁମାର ଅଗସ୍ତି, ରାଜେନ୍ଦ୍ର ପ୍ରସାଦ ଅଗସ୍ତି, ଗୋପବନ୍ଧୁ ମିଶ୍ର, ଅଶୋକ କୁମାର ନାୟକ, ସୁବାସ ଚନ୍ଦ୍ର ବଳ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଆବାହକ ଶରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। .

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande