ଝୋଟରୁ ପ୍ରସ୍ତୁତ ସାମଗ୍ରୀକୁ ନେଇ ତାଲିମ ଶିବିର, ସ୍ୱାବଲମ୍ବୀ ହୋଇପାରିବେ ମହିଳା
ଭଦ୍ରକ, ୨୧ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଦୋଳସାହି ପଂଚାୟତ ଅଧୀନ ଗାଜିପୁର ଗ୍ରାମରେ ଝୋଟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିକୁ ନେଇ ଚାଲିଥିବା ତାଲିମ ଶିବିର ରବିବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ଚାଷୀ ଗଣେଶ ପ୍ରସାଦ ଖାମୁରାଇଙ୍କ ସଭାପତିତ୍ୱ ଓ ଅବସର ପ୍ରାପ୍ତ ଅ
JHOTO SAMAGRI TALIM SIBIRA


ଭଦ୍ରକ, ୨୧ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଦୋଳସାହି ପଂଚାୟତ ଅଧୀନ ଗାଜିପୁର ଗ୍ରାମରେ ଝୋଟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିକୁ ନେଇ ଚାଲିଥିବା ତାଲିମ ଶିବିର ରବିବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ଚାଷୀ ଗଣେଶ ପ୍ରସାଦ ଖାମୁରାଇଙ୍କ ସଭାପତିତ୍ୱ ଓ ଅବସର ପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇଙ୍କ ସଂଚାଳନରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟଅତିଥି ଭାବେ ଜିଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିଜବର ସେଠୀ ଯୋଗଦେଇ ଝୋଟରୁ ପ୍ରସ୍ତୁତ ସାମଗ୍ରୀ ତିଆରିକରି ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁ ଯୋଗଦେଇ ପ୍ଲାଷ୍ଟିକକୁ ବର୍ଜନ କରାଯାଇ ଝୋଟ ତିଆରି ସାମଗ୍ରୀ ବ୍ୟବହାରକରି ପରିବେଶକୁ ପ୍ରଦୂସନମୁକ୍ତ କରିବାଉପରେ ଗୁରୁତ୍ୱ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ାସ୍ଥିତ ରାଇଡର ମୁଖ୍ୟ ଆୟୋଜକ କିଶୋର କୁମାର ସାହୁ, ସହକାରୀ କୃଷି ଅଧିକାରୀ ସତ୍ୟଜିତ ସେଠୀ, ଜିଲା ସହ କୃଷି ଅଧିକାରୀ ଜୟନ୍ତ ଧିନ୍ଦା, ତାଲିମ ଅଧିକାରୀ ପ୍ରିୟଙ୍କା ମହାପାତ୍ର, ଶିକ୍ଷାବିତ ଭରତ ବିଶ୍ୱାଳ,ବ୍ୟାଙ୍କ ଅଧିକାରୀ ସୁଦର୍ଶନ ସାହୁ, ବରିଷ୍ଠ ନାଗରିକ ଧନେଶ୍ୱର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଝୋଟ ପ୍ରସ୍ତୁତ ସାମଗ୍ରୀକୁ ଆକର୍ଷଣୀୟ ଓ ବହୁଳ ଉତ୍ପାଦନ କରିପାରିଲେ ମହିଳାମାନେ ଜୀବିକା ନିର୍ବାହ କରିବାରେ ସମର୍ଥ ହୋଇପକ୍ଷରିବେ ବୋଲି କହିଥିଲେ ।ଏହି ଅବସରରେ ଗାଜିପୁର ଗ୍ରାମର ମା ଲଷ୍ମୀ ଝୋଟ ଉତ୍ପାଦନ ଗୋଷ୍ଠିର କର୍ମକର୍ତାଙ୍କୁ ୩ଟି ମେସିନ ଓ ଝୋଟ ତିଆରି କପଡ଼ା ପ୍ରଦାନ କରାଯାଇଥିଲା । ତାଲିମ ଅଧିକାରୀଭ ଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଶିବିରରେ ମମତା ପାଣିଗ୍ରାହୀ, ପ୍ରମିଳା ଜେନା, ଭାରତୀ ମିଶ୍ର, ଲଷ୍ମୀପ୍ରିୟା ମାହାନା, ତୁଳସୀ ପାଣିଗ୍ରାହୀ, ସୁଭଦ୍ରା ଖାମୁରାଇ, ସିପ୍ରା ଖାମୁରାଇ, ମାମି ଖାମୁରାଇ, ସରସ୍ୱତୀ କଣ୍ଡାର, ଜୟନ୍ତୀ ସାହୁ, ନିତୁରାଣୀ ସାହୁ, ମିନତୀ ପାଳ, ଚନ୍ଦ୍ରିକା ଶଙ୍ଖୁଆ ପ୍ରମୁଖ ତାଲିମପ୍ରାପ୍ତ ମହିଳାମାନେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande