ଜୟପୁର, ୨୧ ଅକ୍ଟୋବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡାରେ ଶ୍ୟାମାକାଳୀ ପୁଜା ଆରମ୍ଭ ହୋଇଛି । ଉତ୍ସବ ମୁଖର ହୋଇଛି ପରିବେଶ । କଳସ ଯାତ୍ରା ହେବା ପରେ ରାତ୍ର ୧୨ଟା ପରେ ମା ଙ୍କ ପୁଜା ଆରମ୍ଭ ହୋଇ ଆଜି ଶେଷ ହୋଇଛି । ମୃଣ୍ମୟୀ ମୂର୍ତିଙ୍କୁ ୭ ଦିନ ଧରି ହୋମ ପୁଜା ପାଠ, ଆଳତି ହେବ । ରବିବାର ମାଙ୍କୁ ମେଲାଣି ଦିଆଯିବ । ପୂର୍ବରୁ ବଙ୍ଗଳା ସମ୍ପ୍ରଦାୟର ଲୋକେ ପ୍ରଥମେ ପୁଜା ଆରମ୍ଭ କରିଥିବା ବେଳେ ବର୍ତମାନ ଆମ୍ବାଗୁଡା ବାସୀଙ୍କ ତରଫରୁ ପୁଜା କରାଯାଉଛି । ୩୩ ବର୍ଷ ଧରି ମାଙ୍କ ନିକଟରେ ପୁଜା କରାଯାଉଥିବା କମିଟି ତରଫରୁ ସୂଚନା ଦିଆଯାଇଛି । ତୋରଣ ଆଲୋକ ମାଳାରେ ସଜ୍ଜିତ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି