କେନ୍ଦ୍ରାପଡା ଜିଲ୍ଲା ବାଲିଯାତ୍ରା ମହୋତ୍ସବର ଭୂମି ପୂଜନ
କେନ୍ଦ୍ରାପଡା, ୨୧ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ଶିକ୍ଷା-ସଂସ୍କୃତି ପ୍ରଥା ପରମ୍ପରା, ଧର୍ମପରାଣ ଓ ଭାଇଚାରାର ଅନନ୍ୟ ଗଣପର୍ବ ଜିଲ୍ଲା ବାଲିଯାତ୍ରା ମହୋତ୍ସବ - ୨୦୨୫ ପାଇଁ ଆଜି ଅପରାହ୍ନରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର, ଗୁଲନଗର, ସୁଜାନଗର ତଥା କେନ୍ଦ୍ରାପଡା ନୂତନ ବସଷ୍ଟାଣ୍
କେନ୍ଦ୍ରାପଡା ଜିଲ୍ଲା ବାଲିଯାତ୍ରା ମହୋତ୍ସବର ଭୂମି ପୂଜନ


କେନ୍ଦ୍ରାପଡା, ୨୧ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ଶିକ୍ଷା-ସଂସ୍କୃତି ପ୍ରଥା ପରମ୍ପରା, ଧର୍ମପରାଣ ଓ ଭାଇଚାରାର ଅନନ୍ୟ ଗଣପର୍ବ ଜିଲ୍ଲା ବାଲିଯାତ୍ରା ମହୋତ୍ସବ - ୨୦୨୫ ପାଇଁ ଆଜି ଅପରାହ୍ନରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର, ଗୁଲନଗର, ସୁଜାନଗର ତଥା କେନ୍ଦ୍ରାପଡା ନୂତନ ବସଷ୍ଟାଣ୍ଡ ସନ୍ନିକଟ ବାଲିଯାତ୍ରା ପଡିଆରେ ଭୂମିପୂଜା ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ପରମ୍ପରା ଅନୁଯାୟୀ ଗୁରୁ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ମନ୍ଦିରରେ ଗୁରୁ ପୂଜାପରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରର ଆଜ୍ଞାମାଳ ଆଣାଯାଇଥିଲା । ଏଥି ସହିତ ପୀରବାବାଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ଚଳିତ ବର୍ଷ ନଭେମ୍ବର ୫ରୁ୧୧ ଯାଏ ହେବାକୁ ଯାଉଥିବାରୁ ଏହି ଅବସରରେ ୩ୟ ପ୍ରସ୍ତୁତି ବୈଠକ ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଂପାଦକ ସରକାରୀ ଓକିଲ ସଂଜୟ କୁମାର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ମନୋରଂଜନ ତ୍ରିପାଠୀ ଆୟବ୍ୟୟ ସଂପର୍କରେ ଆଲୋଚନା କରିଥିଲେ । ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ, ରମଣୀରଂଜନ ରାଉତରାୟ, ଧିରେନ୍ଦ୍ର ଦାସ, ପତ୍ରିକା ସଂପାଦକ ଶୁଭାଂଶୁ କୁମାର ଦାସ, ଶ୍ରୀଧର କୁମାର ମହାନ୍ତି, ଉପଦେଷ୍ଟା ପଣ୍ଡିତ ହୃଷୀକେଶ ରଥ, କପାଳେଶ୍ୱର ସରପଞ୍ଚ ପ୍ରତିନିଧି ଲୋହିତ ମହାନ୍ତି, କେନ୍ଦ୍ରାପଡା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ସମାଜସେବୀ ରବିନ୍ଦ୍ର ସାହୁ, ଉପକୋଷାଧ୍ୟକ୍ଷ ପଞ୍ଚାନନ ଗେରୁ, ଟୁଟୁ ଗେରୁ, ମୃତ୍ୟୁଞ୍ଜୟ ସାହୁ, ମୃତ୍ୟୁଞ୍ଜୟ ମହାନ୍ତି,ଗୋଲଖ ପରିଡା, ସେକ୍ ସମସୁର, ଅଶୋକ କୁମାର ସାହୁ, ରାଜୁ କୁବେର, ଟୁକୁନା ନାୟକ, ଦୀପକ ସାହୁ, ମହେନ୍ଦ୍ର ଆଚାର୍ଯ୍ୟ, ପୀତବାସ ଦାସ, ଚିତ୍ତରଞ୍ଜନ ଆଚାର୍ଯ୍ୟ,ବସନ୍ତ କୁମାର ଦାସ,ସତ୍ୟବ୍ରତ ସିଂହ, ମଧୁସୂଦନ ବେହେରା, ଅବନି କୁମାର ଦାସ,ଡଃ ଅଭୟ କୁମାର ରାଉତ, ସେକ୍ କଲିମ୍ ଖାଁ, ରଜନି କାନ୍ତ ଦାସ, ସାମ୍ବାଦିକ ଅଲେଖ ନାୟକ, ଅବଦୁଲ୍ ମୁସ୍ତା ଖାଁ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଓ ସଭ୍ୟ ସଭ୍ୟା ଉପସ୍ଥିତ ରହି କିପରି ସାତଦିନ ବ୍ୟାପୀ ହେବାକୁ ଯାଉଥିବା ବାଲି ଯାତ୍ରା ମହୋତ୍ସବକୁ ସାନ୍ତି ଶୃଙ୍ଖଳାର ସହ କରାଯିବାକୁ ମତାମତ ପୋଷଣ କରିଥିଲେ ।

ଏହି ଅବସରରେ ଅଭ୍ୟର୍ଥନା କମିଟି ବିଜ୍ଞାପନ ସଂଗ୍ରହ କମିଟି, ଶୃଙ୍ଖଳା କମିଟି, ପ୍ରତିଯୋଗିତା ଓ ପ୍ରତିଭା ଅନ୍ୱେ୍ୱଷଣ କମିଟି, ପ୍ରତିକା କମିଟି, ସାଂସ୍କୃତିକ କମିଟି, ଅର୍ଥ କମିଟି, ଷ୍ଟଲ ସଜ୍ଜୀକରଣ କମିଟି, ମିଡିଆ କମିଟି, ବୋଇତ ବନ୍ଦାଣ କମିଟି, ପରିଚାଳନା କମିଟି, ଅଡିଟ କମିଟି, ସମ୍ବର୍ଦ୍ଧନା କମିଟି, ସାଂସ୍କୃତିକ କମିଟି,ସଞ୍ଚୟ ପରିଚାଳନା କମିଟି, ପାର୍କିଂ କମିଟି ଇତ୍ୟାଦି ୧୫ଗୋଟି କମିଟି ଗଠନ କରଯାଇଥିଲା । ଏଥର ଆକର୍ଶଣ ରାମ ଦୋଳି, ଚକ୍ରି, ରଙ୍ଗବେରଙ୍ଗର ସାଜସଜା, ବିଭିନ୍ନ ଘର ସୌଖିନ ସାମଗ୍ରୀ, ଠୁଙ୍କାପୁରୀ, ମନୋହରୀ ଫାଟଫୁଡ ଓ ସ୍ଥାନୀୟ ଖାଦ୍ୟ ଷ୍ଟଲ, ଚିତିାକର୍ଷକ ସାଂସ୍କୃତିକ ସାହିତ୍ୟ କାର୍ଯ୍ୟକ୍ରମ, ସଭା ସମିତି, ନୃତ୍ୟଗୀତରେ ଚମକିବ ମଞ୍ଚ ବୋଲି ସଭାପତିୁ ସୂଚନା ଦେଇଥିଲେ । ଏହାର ଆନନ୍ଦ ନେବା କେନ୍ଦ୍ରାପଡାବାସୀଙ୍କୁ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande