କେନ୍ଦ୍ରାପଡା, ୨୧ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ୍ ଆନୁକୁଲ୍ୟ ରେ ଚାଲିଥିବା ଚଳିତ ବର୍ଷର କେନ୍ଦ୍ରାପଡ଼ା ଜିଲ୍ଲା ଚେସ ଚାମ୍ପିଅନସିପ -୨୦୨୫ ତଥା ୫ମ ଡକ୍ଟର ବୈଷ୍ଣବ ପରିଡା ସ୍ମାରକୀ ଚେସ ଚାମ୍ପିଅନସିପ ର ଉଦଯାପନୀ ଉତ୍ସବ ଏବଂ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ାର ଜିଲ୍ଲାପାଳ ରଘୁରାମ ଆର ଆୟର ଉପସ୍ଥିତ ରହି ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ଉଦବୋଧନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଜେପିର କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ମହିଳା ନେତ୍ରୀ ଗୀତାଞ୍ଜଳି ସେଠୀ, କେନ୍ଦ୍ରାପଡାର ବରିଷ୍ଠ ବ୍ୟବସାୟୀ ତଥା ସମାଜସେବୀ ଅଜିତ କୁମାର ସାହୁ, ଯାଜପୁର ୟୁନାଇଟେଡ ଚେସ ଆସୋସିଏସନ୍ ର ପୂର୍ବତନ ସମ୍ପାଦକ ମନୋଜ ପରିଡା ଯୋଗ ଦେଇଥିବା ବେଳେ ଆସୋସିଏସନ୍ ର ସଭାପତି କିଶୋର ପଣ୍ଡା, ସମ୍ପାଦକ ତଥା ଅଲ ଓଡ଼ିଶା ଚେସ ଆସୋସିଏସନ୍ ର ଯୁଗ୍ମ ସମ୍ପାଦକ ଭବେଶ୍ ମହାନ୍ତି, କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂହ ପ୍ରମୁଖ ଉଦବୋଧନ ଦେଇଥିବା ବେଳେ ଆସୋସିଏସନ୍ ର ଉପସଭାପତି ଲଲାଟ କେଶରୀ ସାମଲ ମଞ୍ଚ ପରିଚାଳନା କରିଥିଲେ।
ଏହି ଟୁର୍ଣ୍ଣାମେଣ୍ଟରେ ଆସୋସିଏନର ସହ ସଂପାଦିକା ପିଙ୍କି ମହାପାତ୍ର, ଉପସଭାପତି ଧରଣୀ ଧର ସେଠୀ, ଅମରେଶ ସାହୁ, କୋଷାଧ୍ୟକ୍ଷ ନାରାୟଣ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ଗୋପିବଲ୍ଲବ ନାୟକ, ସବ୍ରେ ହେମ୍ବ୍ରମ, ନେହେରୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ବିଜେପି ବରିଷ୍ଠ ନେତା କୃଷ୍ଣ ଚନ୍ଦ୍ର ପଣ୍ଡା ଏବଂ ସୁନାକର ବେହେରା ପ୍ରମୁଖ ବିଭିନ୍ନ ସାହାଯ୍ୟ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି