ଖୋର୍ଦ୍ଧା, ୨୧ ଅକ୍ଟୋବର (ହି.ସ.)- ସ୍ଥାନୀୟ ଜିଲ୍ଲା ରିଜର୍ଭ ପୋଲିସ ଲାଇନରେ ମଙ୍ଗଳବାର ୬୬ତମ ପୋଲିସ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦେଶ ସୁରକ୍ଷା ଓ ଲୋକଶାନ୍ତି ପାଇଁ ନିଜ ଜୀବନର ବଳିଦାନ ଦେଇଥିବା ପୋଲିସ ବିଭାଗର ବୀର ଶହୀଦ ସହୋଦରମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ପୋଲିସ କର୍ମଚାରୀମାନେ ଶହୀଦମାନଙ୍କ ଭବନ୍ତି ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ଶହୀଦମାନଙ୍କ ସାହସ, ଦେଶସେବା ଓ ତ୍ୟାଗ ସ୍ମରଣରେ ଦୁଇ ମିନିଟ୍ ନିରବତା ପାଳନ କରାଯାଇଥିଲା ।
ଏସପି ଶ୍ରୀ ଶର୍ମା ପୋଲିସ ବିଭାଗର ସେହି ସାହସିକ ଓ ନିଷ୍ଠାପୂର୍ଣ୍ଣ ସେବାର ପ୍ରଶଂସା କରି କହିଲେ ଯେ, ସମାଜରେ ଶାନ୍ତି, ଶୃଙ୍ଖଳା ଓ ଆଇନର ପାଳନ ପାଇଁ ପୁଲିସ ସଦା ସମର୍ପିତ ଅଛନ୍ତି । ସେ ସମସ୍ତଙ୍କୁ ଶହୀଦମାନଙ୍କ ଆଦର୍ଶ ଓ ଦେଶସେବାର ମନୋଭାବକୁ ଅନୁସରଣ କରି କାମ କରିବାକୁ ଆହ୍ବାନ ଦେଇଥିଲେ । ଶେଷରେ ସମସ୍ତ ପୋଲିସ କର୍ମଚାରୀ ସମାଜସେବା, ନିଷ୍ଠା ଓ ସଚ୍ଚୋଟତାର ସହ ଦେଶ ସେବା ଜାରି ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ