ଭଦ୍ରକ, ୨୧ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ମୁକୁନ୍ଦପୁର ପଂଚାୟତରେ ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ୨୩ଟି ୱାର୍ଡର ବିଜେଡି ନେତା ଓ କର୍ମୀଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ରବିବାର ମୁକୁନ୍ଦପୁର ବାଲଗୋପାଳ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ବିଜେଡି ପଂଚାୟତ ସଭାପତି ଗଣେଶ ପ୍ରସାଦ ନାୟକ ପୌରହିତ୍ୟ କରିଥିଲେ । ବୈଠକରେ ପର୍ଯ୍ୟବେକ୍ଷକ ଭାବେ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ ଯୋଗଦେଇ ପଂଚାୟତର ଦଳର ନେତା ଓ କର୍ମୀମାନେ ଜଣେ ଜଣେ ଲଢ଼ୁଆ ସୈନିକ ହୋଇ କାର୍ଯ୍ୟକଲେ ଦଳ ସୁଦୃଢ ହୋଇପାରିବ ବୋଲି କହିଥିଲେ ।ଏଥିରେ ସରପଂଚଙ୍କ ପ୍ରତିନିଧି ସୁଧାଂଶୁ ମହାଳିକ,ପୂର୍ବତନ ସରପଞ୍ଚ କୀର୍ତନ ରାଉତ,ଉର୍ବତନ ସମିତିସଭ୍ୟ କମଳାକାନ୍ତ ସ୍ୱାଇଁ,ବରିଷ୍ଠ ନେତା ହିମାଦ୍ରୀ ରାଉତରାୟ,ଭାଟପଡା ପଂଚାୟତ ପୂର୍ବତନ ସମିତିସଭ୍ୟ ସଂଗ୍ରାମ କେଶରୀ ଦାସ,ଯୁବସଙ୍ଗଠକ ବିଭୂତି ଭୂଷଣ ପାଟ୍ଟ,ଦୁନ୍ଦନ ରାଉତ,ରାଧାକାନ୍ତ ମହଲା,କୁନୁରୁ ନାୟକ,ବିଜୟ ମହାଳିକ,ଅଜୟ ବେହେରା,ରାଜୁ ରାଉତ,ବାବୁନା ମହାନ୍ତ, ବାବୁଲା ନାୟକ,ଭୁବନ ମହାରଣା,ପ୍ରହ୍ଲାଦ ରାଉତ,ବରିଷ୍ଠ କର୍ମୀ ସର୍ବେଶ୍ୱର ପରିଡା,ବାଦଲ ମହାଳିକ,ରମେଶ ଚନ୍ଦ୍ର ବାରିକ,ଧ୍ରୁବ ଦାସ, ଇନ୍ଦ୍ରମଣି ନାୟକ,ବାପୁଜି ନନ୍ଦ,ବେଣୁଧର ନାୟକ,ଭାଗିରଥି ଦତ, ପିତାମ୍ବର ମହଲା,ବୈରାଗୀ ମହାଳିକ,ସୁଧୀର କୁମାର ଦାସ ପ୍ରମୁଖ ଯୋଗଦେଇ ପଂଚାୟତର ନେତା ଓ କର୍ମୀମାନେ ମନାନ୍ତର ଓ ମତାନ୍ତରକୁ ଭୁଲି ନିଜନିଜ ମଧ୍ୟରେ ସମନ୍ୱୟରଖି ଦଳକୁ ସୁସଙ୍ଗଠିତ କରିବାକୁ ଆହ୍ୱାନ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ନାୟକ,ମେଘୁଆ ମହାଳିକ,ରାଜୁ ଜେନା,ଅନାମ ଚରଣ ପାଟ୍ଟ,ବସନ୍ତ ସାହୁ,ମନୁଆ ନାୟକ, ଭୀମ ସାହୁ,ବିମ୍ବାଧର ମହାଳିକ,ନୀଳମଣି ବେହେରା, ସନାତନ ନାୟକ,ଚଗଲା ଦାସ,ସପନି ନାଥ,ମଣିକାନ୍ତ ଜେନା,ବାବୁନା ନାୟକ, ଅନୀଲ ମହାନ୍ତି,ଦୁର୍ଯ୍ୟୋଧନ ମହାଳିକ,କୁନା ମହାଳିକ,ଗୟାଧର ଜେନାଙ୍କ ସମେତ ଦଳର ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ